Only for Entertainment

ଲଣ୍ଡନରେ ଶେଷ ହେଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସର୍ଜରୀ, ଶୁଭେତ୍ସା ଦେବାକୁ ପହଂଚିଲେ ନୀତା ଅମ୍ବାନୀ

instagram
461

କ୍ରିକେଟ୍‌ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଲଣ୍ଡନରେ ପିଠିର ସଫଳ ସର୍ଜରୀ ପରେ ଏବେ ଚଲାବୁଲା କରିପାରୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗତ ଗୁରୁବାର ନିଜର ଅଧିକାରିକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନିତା ଆମ୍ବାନୀଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ହାର୍ଦ୍ଦିକ ନିତାଙ୍କ ଲଣ୍ଡନ ଆସିବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।ହାର୍ଦ୍ଦିକ ପାଣ୍ଡ୍ୟା ଫଟୋ ସହିତ ଲେଖିଛନ୍ତି, ଲଣ୍ଡନ ଆସି ମୋତେ ଦେଖା କରିଥିବାରୁ ଧନ୍ୟବାଦ ଭାବୀ । ଆପଣ ଆସିବା ମୋତେ ବହୁତ ଭଲ ଲାଗିଲା। ଆପଣଙ୍କ ଶୁଭକାମନା ଓ ପ୍ରୋତ୍ସାହନ ଭରା ଶବ୍ଦ ମୋ ପାଇଁ ବହୁତ ଗୁରୁତ୍ୱ ରଖୁଛି।

 

 

 

ଗତ ମଙ୍ଗଳବାର ରାତିରେ ନିଜ ଟୁଇଟର ହ୍ୟାଣ୍ଡଲରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିଡିଓ ସେୟାର୍‌ କରିଥିଲେ, ଯେଉଁଥିରେ ସେ ହସ୍ପିଟାଲ୍‌ ବେଡରୁ ଉଠି ଧିରେଧିରେ ଚାଲୁଥିବା ଦେଖାଯାଉଛନ୍ତି ଏବଂ ଏହାପରେ ହୁଇଲ ଚେୟାରରେ ବସୁଥିବା ନଜର ଆସୁଛନ୍ତି । ଫିଜିଓଥେରାପିଷ୍ଟ ଯୋଗେଶ୍‌ ପରମାର୍‌ ତାଙ୍କ ସହ ଲଣ୍ଡନରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More