Only for Entertainment

ରିଲିଜ୍ ହେଲା ଆମର ମ୍ୟୁଜିକର ଫନି ଟ୍ରାକ୍ ‘ଓ ବଲମା’ !

98

ଓଲିଉଡର ଡ୍ୟାନ୍ସିଂ ଷ୍ଟାର୍ ହରିହର ଦାଶ ଆଉ ଛୋଟ ପରଦାର ତୁଳସୀ ଲିପ୍ସା ମିଶ୍ରଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏକ ଜବରଦସ୍ତ ଡ୍ୟାନ୍ସ ଗୀତ ‘ଓ ବଲମା’ । ଆମର ମ୍ୟୁଜିକ୍ ଓଡିଆ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ୟୁଟୁବରେ ରିଲିଜ୍ ହେବା ପରେ ଚହଳ ସୃଷ୍ଟି କରିଛି । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ମୁକ୍ତିଲାଭ କଲା ଓଡିଆ ଫନି ଡ୍ୟାନ୍ସ ଗୀତ ‘ଓ ବଲମା’ । ଆମର୍ ମ୍ୟୁଜିକ୍ ଓଡିଆର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଏହି ଗୀତଟି । ଯେଉଁଥିରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଡ୍ୟାନ୍ସିଂ ଷ୍ଟାର୍ ହରିହର ଦାଶ ଓ ଅଭିନେତ୍ରୀ ଲିପ୍ସା ମିଶ୍ର । ଗୀତରେ ଦୁହିଁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଖାସ୍ କରି ହର୍ହରଙ୍କ ଟପୋରି ଷ୍ଟାଇଲ୍ ଡ୍ୟାନ୍ସ ଦେଖଣାହାରିଙ୍କୁ ଆସିଛି ଢେର୍ ପସନ୍ଦ ।


ଧୁମ୍ ଧମାଲ୍ ସଙ୍ଗୀତ ସହ ଫନି ଲିରିକ୍ସ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ । ଏହି ଫନି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁମିତ୍ ଦିକ୍ଷୀତ୍ । ଆଉ ଏଥିରେ ଶୁଣିବାକୁ ମିଳିଛି ତାରିକ୍ ଅଜିଜ୍ ଓ ଅଷିମା ପଣ୍ଡାଙ୍କ ଆକର୍ଷଣୀୟ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି ସୁମିତ୍ ଦିକ୍ଷୀତ୍ । ଆମର ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ନାୟକ ହରିହର ଦାଶ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More