Only for Entertainment

କ୍ୟାନସର ସୃଷ୍ଟି କରୁଛି ଜନସନ ବେବି ପାଉଡର । କମ୍ପାନୀ ବିରୁଦ୍ଧରେ ୬ ହଜାରରୁ ଅଧିକ କେସ ।

amazon.com
0 57

ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜନସନ ଆଣ୍ଡ ଜନସନ ବେବି କଂପାନୀ । ଯାହାର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ନାମ ଅର୍ଜନ କରିଥିବା ଏହି ପ୍ରଭାବଶୀଳୀ କଂପାନୀ ତଥା ଜନସନ ଆଣ୍ଡ ଜନସନ ବେବି କଂପାନୀ ନାଁରେ ବି ରହିଛି ସାଂଘାତିକ ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ନିକଟରେ ଏକ ନିମ୍ନ ଅଦାଲତରେ କଂପାନୀ ବିରୋଧରେ ୨୪୦ କୋଟିର ଜରିମାନା ଲାଗୁ କରାଯାଇଥିଲା । ଯାହାକୁ ଆମେରିକୀ କୋର୍ଟ ତିନି ଗୁଣା ବୃଦ୍ଧି କରି ତଥା ୭୬୦ କୋଟି ଟଙ୍କା କରିଦେଇଛି । ସୂଚନା ମୁତାବକ, ନ୍ୟୁଜର୍ସିର ଜଣେ ୪୬ ବର୍ଷୀୟ ଇନଭେଷ୍ଟମେଂଟ ୱାର୍କର ଷ୍ଟିଫନ ଲୈଜି ଏବଂ ତାଙ୍କ ପତ୍ନୀ କେଣ୍ଡ୍ରା କଂପାନୀ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, କଂପାନୀର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତାଙ୍କୁ ମେସୋଥେଲିଓମା ହୋଇଛି ବୋଲି । ଏଥିସହିତ କଂପାନୀକୁ ଏଥିପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ଦଂପତିଙ୍କ କହିବା କଥା ହେଲା କି, କଂପାନୀର ପାଉଡରରେ ଇଗ୍ଦଭରଗ୍ଦଗ୍ଧକ୍ଟଗ୍ଦ ରହିଥିବା କାରଣରୁ ତାଙ୍କୁ ମେସୋଥେଲିଓମା ହୋଇଛି । ଲୈଜି ଆହୁରୀ ମଧ୍ୟ କହିଥିଲେ କି, କଂପାନୀକୁ ଏସଂପର୍କରେ ଜଣାଥିଲେ ସୁଦ୍ଧା କଂପାନୀ ତରଫରୁ ନିଜର ପ୍ରଡକ୍ଟ ଉପରେ କୌଣସି ଚେତାବନୀ ଦିଆଯାଉନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More