Only for Entertainment

ରିଲିଜ ହେଲା ହାର୍ଡି ସାନ୍ଧୁଙ୍କ ଡ୍ୟାନ୍ସ ନମ୍ବର ‘ଡ୍ୟାନ୍ସ ଲାଇକ’, ଦେଖନ୍ତୁ ଭିଡିଓ

YouTube
31

ପୁଣିଥରେ ଚର୍ଚ୍ଚାରେ ଲୋକପ୍ରିୟ ପଂଜାବୀ କଣ୍ଠଶିଳ୍ପୀ ହାର୍ଡି ସାନ୍ଧୁ । କ୍ୟା ବାତ ହୈ, ବ୍ୟାକବୋନ୍ ଏବଂ ନା..ଗୋରିଏ ଭଳି ଗୀତ ଭେଟି ଦେଇ ପ୍ରସିଦ୍ଧି ହାସଲ କରିଥିବା ଏହି କଣ୍ଠଶିଳ୍ପୀ ଏବେ ଭେଟି ଦେଇଛନ୍ତି ଆଉ ଏକ ମନଛୁଆଁ ଗୀତ ‘ଡ୍ୟାନ୍ସ ଲାଇକ’ । ଯେଉଁଥରେ ହାର୍ଡି ସାନ୍ଧୁଙ୍କ ଗାୟିକି ସହ ତାଙ୍କ ଅଭିନୟ ବି ଦେଖିବାକୁ ମିଳିଛି । ଗୀତରେ ତାଙ୍କ ସହ ବିଦେଶୀ ଡ୍ୟାନ୍ସର ଲରେନ ଗଟଲିବଙ୍କ ଦମଦାର ଡ୍ୟାନ୍ସ ବି ଦେଖିବାକୁ ମିଳିଛି ।

ଗୀତିକାର ଜାନି ଏହାର ଲିରିକ୍ସ ଓ ସଂଯୋଜନା ଦେଇଥିବାବେଳେ, ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବି ପାର୍କ । ଆକର୍ଷଣୀୟ ଲୋକେସନ୍ ଆଉ ସୁନ୍ଦର ପିକ୍ଚରାଇଜେସନ୍ ଦେଖଣାହାରୀଙ୍କୁ ଆଶିଛି ଢେର ପସନ୍ଦ । ୟୁଟୁବରେ ରିଲିଜ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ରିଲିଜ ହେବାର ମାତ୍ର କିଛି ଘଂଟା ଭିତରେ ଏହାକୁ ୧ ଲକ୍ଷ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More