Only for Entertainment

ସୋନମଙ୍କ ନାଁରେ ଆନନ୍ଦ ଆହୁଜା ନୁହଁନ୍ତି ବରଂ ଏହି ବ୍ୟକ୍ତି ପିଠିରେ ବନାଇଛନ୍ତି ଟାଟୁ ।

amarujala
0 42

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଲଭ ଷ୍ଟୋରୀ ଏବଂ ରାଜକୀୟ ବିବାହର ଚର୍ଚ୍ଚା ଏବେ ମଧ୍ୟ ଚାରିଆଡେ ଚାଲିଛି । ହନିମୁନ ଯିବା ପରିବର୍ତ୍ତେ ସୋନମ ତାଙ୍କ ସ୍ୱାମୀଙ୍କୁ ଏକା ଛାଡି କାନ୍ସ ଚାଲିଯାଇଛନ୍ତି । କିନ୍ତୁ ମୁମ୍ବାଇରେ ଏପରି କେହି ଅଛନ୍ତି ଯେ କି, ଆନନ୍ଦ ଆହୁଜାଙ୍କ ଠାରୁ ସୋନମଙ୍କୁ ଭଲ ପାଆନ୍ତି । ଏପରିକି ସୋନମଙ୍କ ନାଁରେ ଟାଟୁ ମଧ୍ୟ ବନାଇଛନ୍ତି ।

ଆପଣ ଏବେ ଚିନ୍ତା କରୁଥିବେ ତାଙ୍କର କେହି ପାଗଳ ଫ୍ୟାନ୍ସ ଏପରି କରିଥାଇପାରେ । ମାତ୍ର ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ କଥାଟା କିଛି ସେଭଳି ନୁହେଁ । ଅସଲ କଥା ହେଉଛି ସୋନମ କପୁରଙ୍କ ଭାଇ ତଥା ଅଭିନେତା ହର୍ଷ ବର୍ଦ୍ଧନ କପୁର ତାଙ୍କ ପିଠିରେ ସୋନମଙ୍କ ନାଁରେ ଟାଟୁ ବନାଇଛନ୍ତି । କେବଳ ସେ ସୋନମଙ୍କ ନାଁ ନୁହେଁ ତାଙ୍କର ଅନ୍ୟ ଏକ ଭଉଣୀଙ୍କ ନାଁରେ ମଧ୍ୟ ପିଠିରେ ଟାଟୁ ବନାଇଛନ୍ତି । ତାଙ୍କର ଦୁଇ ଭଉଣୀଙ୍କ ପାଇଁ ଏଭଳି ପ୍ରେମ ଦେଖି ଆପଣ ମଧ୍ୟ ଖୁସି ହୋଇଯିବେ ।

ଭଉଣୀଙ୍କୁ ବିବାହରୁ ସମୟ ମିଳିଲା କ୍ଷଣି ସେ ଏବେ ଭାବେଶ ଜୋଶୀ ଫିଲ୍ମର ପ୍ରମୋସନରେ ଲାଗି ପଡିଛନ୍ତି । ତାଙ୍କର ଏହି ଫିଲ୍ମ ୨୫ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More