Only for Entertainment

କିମ ଶର୍ମାଙ୍କ ସହିତ ସଂପର୍କକୁ ନେଇ ମୁହଁ ଖୋଲିଲେ ହର୍ଷବର୍ଦ୍ଧନ ରାଣେ ।

Deccan Chronicle
27

ଫିଲ୍ମ ‘ସନମ ତେରୀ କସମ’ରେ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି ହର୍ଷବର୍ଦ୍ଧନ ରାଣେ । ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିଥିଲେ ପାକିସ୍ତାନୀ ଅଭିନେତ୍ରୀ ମାୱାରା ହୋକେନ । ତେବେ ଲମ୍ବା ସମୟ ଧରି ସେ ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇଜଣଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଦୁଇ ଜଣଙ୍କୁ ଅଧିକାଂଶ ସମୟରେ କ୍ୱାଲିଟି ସମୟ ବିତାଉଥିବାର ସ୍ପଟ କରାଯାଇଛି । କିନ୍ତୁ ଦୁଇ ଜଣ କେବେ ମଧ୍ୟ ଅଫିସିଆଲ ଘୋଷଣା କରି ନାହାଁନ୍ତି । କିନ୍ତୁ ଏବେ ଏହାକୁ ନେଇ ହଁ କରିଛନ୍ତି ହର୍ଷବର୍ଦ୍ଧନ ।

ହର୍ଷବର୍ଦ୍ଧନ କିମଙ୍କ ସହିତ ସଂପର୍କରେ ଥିବା କଥା କହିଛନ୍ତି । ତେବେ ଏହାକୁ ସେ ବ୍ୟକ୍ତିଗତ ରଖିବାକୁ ଚାହାଁନ୍ତି ବୋଲି ମଧ୍ୟ କହିଛନ୍ତି । ଶେଷ ଥର ପାଇଁ ହର୍ଷବର୍ଦ୍ଧନ ଫିଲ୍ମ ପଲଟନରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଚରିତ୍ରକୁ ଖୁବ ପସନ୍ଦ କରିଛନ୍ତି କିମ ଶର୍ମା ।

କିଛି ଦିନ ପୂର୍ବରୁ ହର୍ଷବର୍ଦ୍ଧନଙ୍କୁ ପ୍ରେମଭରା ବାର୍ତ୍ତା ଦେଇ ଜନ୍ମଦିନର ଶୁଭେତ୍ସା ଜଣାଇଥିଲେ କିମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More