Only for Entertainment

ଏୟାର ଇଣ୍ଡିଆ ବିମାନରେ ଓଡଷଙ୍କ ଉପଦ୍ରବ, ଯାତ୍ରୀମାନେ କଲେ ହଙ୍ଗାମା !

moneycontrol
0 89

ଏୟାର ଇଣ୍ଡିଆର ଚଳିତ ସପ୍ତାହରେ ଆମେରିକାରୁ ମୁମ୍ବାଇର ଏକ ବିମାନ ‘ବିଜନେସ କ୍ଲାସ’ରେ ଯାତ୍ରୀ ମାନଙ୍କୁ ଓଡଷ ଆକ୍ରମଣ କରିଥବା ନିଜେ ଯାତ୍ରୀ କହିଛନ୍ତି । ଏପରିକି ଏକ ଶିଶୁକୁ ମଧ୍ୟ କାମୁଡି ଦେଇଛି ଓଡଷ । ସୂତ୍ର ମୁତାବକ ନ୍ୟୁୟର୍କ-ମୁମ୍ବାଇରୁ ଉଡିଥିବା ବିମାନରେ ଓଡଷ ଆକ୍ରମଣ କରିଥିଲା । ଏହି କାରଣରୁ ଯାତ୍ରୀ ମାନେ ହଙ୍ଗାମା କରିଥିଲେ ତେଣୁ ଦିଲ୍ଲୀରେ ବିମାନ ପହଂଚିବା ଲାଗି ବିଳମ୍ବ ହୋଇଥିଲା । ଏହି ଘଟଣା ଗତ ସପ୍ତାହ ମଙ୍ଗଳବାର ହୋଇଥିଲା ।

ମୁମ୍ବାଇକୁ ଫେରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରବୀଣ ତୋନସେକର ଟ୍ୱିଟ କରି କହିଛନ୍ତି ‘ଏୟାର ଇଣ୍ଡିଆ ୧୪୪ବିଜନେସ କ୍ଲାସରେ ପରିବାରଙ୍କ ସହ ପହଂଚିଲେ ଏବଂ ତାଙ୍କର ସମସ୍ତ ସିଟରେ ଓଡଷ ଥିବା କହିଥିଲେ ଏବଂ ଟ୍ରେନରେ ଓଡଷ ଥିବା ଜାଣିଥିଲେ ମାତ୍ର ବିମାନ, ସେ ବି ବିଜନେସ କ୍ଲାସରେ ଏଭଳି ଦେଖି ସେ ଆଶ୍ଚର୍ଯ୍ୟ ବୋଲି ମଧ୍ୟ କହିଛନ୍ତି ।

ସେ ତାଙ୍କ ଟ୍ୱିଟରେ ଏୟାର ଲାଇନ ଏବଂ ବିମାନ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଟ୍ୟାଗ କରିଥିଲେ । ଏହାସହ ସେ ଅ୍ଧମ ଏକ ଟ୍ୱିଟ କରିଥିଲେ ଯେ ତାଙ୍କ ପତ୍ନୀ ଏବଂ ଝିଅକୁ ଇକୋନୋମି କ୍ଲାସରେ ଭଙ୍ଗା ଟେବୁଲ ଏବଂ ବନ୍ଦ ଟିଭି ସହ ଯାତ୍ରା କରିବାକୁ ପଡିଥିଲା । ଟ୍ୱିଟ ଦେଖି ଏୟାର ଇଣ୍ଡିଆ ନିଜର ପ୍ରତିକ୍ରିୟା ଦେଖାଇଛନ୍ତି । ଏହିଭଳି ପୂର୍ବ ବର୍ଷ ଅଗଷ୍ଟ ମାସରେ ଦିଲ୍ଲି-ସେନଫ୍ରାନସିସକୋ ବିମାନରେ ମୂଷା ମିଳିଥିଲା । ଏହିକାରଣରୁ ବିମାନ ଉଡାନ ଭରିବା ପାଇଁ ୯ଘଂଟା ଡେରି ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More