Only for Entertainment

ସତସଙ୍ଗରେ ହେଡଫୋନ୍‌ ଜରିଆରେ ପ୍ରବଚନ ଶୁଣୁଛନ୍ତି ଭକ୍ତ !

ABP Majha
28

ମୁମ୍ବାଇରେ ୪୦ ଦିନ ଧରି ଚାଲିଥିବା ଅମୃତ ବେଳା ଚଲିୟା କାର୍ଯ୍ୟକ୍ରମରେ ସତସଙ୍ଗରେ ଅଂଶଗ୍ରହଣ କରିଥିବା ଭକ୍ତମାନେ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଏଠାରେ ଭକ୍ତମାନଙ୍କୁ ହେଡଫୋନ୍‌ ଜରିଆରେ ସତସଙ୍ଗ ଶୁଣିବାର ସୁଯୋଗ ଦିଆଯାଉଛି। ଏହା ଦ୍ୱାରା ଯେମିତି ଆଖପାଖର ଲୋକେ ମାଇକ୍‌ର ଶଦ୍ଦ ଯୋଗୁଁ ବିରକ୍ତି ଅନୁଭବ ନ କରନ୍ତୁ। ସେଥିପ୍ରତି ଧ୍ୟାନ ଦିଅଯାଇ ଏପରି କରାଯାଇଥିବା କୁହାଯାଉଛି।

bhajans_d

ଏଠାରେ ସୂଚନାଯୋଗ୍ୟଯେ ଗତ କିଛି ବର୍ଷ ଧରି ଅମୃତବେଳା ଟ୍ରଷ୍ଟ ଗୋଲ ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରୁଛି। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ ଭକ୍ତ ଉଲାସ ନଗର ସହିତ ଆଖପାଖ ସହରରୁ ମଧ୍ୟ ପ୍ରବଚନ ଶୁଣିବାକୁ ଆସିଥାଆନ୍ତି। ସକାଳେ ଓ ସନ୍ଧ୍ୟାରେ ପ୍ରବଚନ ଯୋଗୁଁ ଧ୍ୱନି ପ୍ରଦୂଷଣ ହେଉଥିବା ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇବାପରେ ଟ୍ରଷ୍ଟ ପକ୍ଷରୁ ବ୍ଲୁଟୁଥ୍‌ ହେଡଫୋନ୍‌ ଜରିଆରେ ପ୍ରବଚନ ଶୁଣାଇବାର ବ୍ୟବସ୍ଥା କରିଥିଲେ। ଏହି ଘଟଣା ସେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି। ଏହି କାର୍ଯ୍ୟକ୍ରମରେ ବହୁ ରାଜନେତା ଓ ସମାଜସେବୀ ଅତିଥିଭାବେ ଯୋଗ ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More