Only for Entertainment

ନିୟମିତ ଖାଆନ୍ତୁ ସପୁରୀ, ମିଳିବ ଏହି ସମସ୍ତ ଫାଇଦା !

29

ଖଟା ମିଠା ସ୍ୱାଦ ବିଶିଷ୍ଟ ସପୁରୀ ପ୍ରାୟ ସବୁ ଋତୁରେ ମିଳିଥାଏ । ଲୋକେ ଏହାର ସ୍ୱାଦର ମଜା ଖୁବ୍‌ ସହଜରେ ନେଇ ପାରିଥାନ୍ତି । ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଏଥିରେ ଥିବା ଥାୟାମିନ୍‌, ଭିଟାମିନ୍ସ, କ୍ୟାଲସିୟମ, ପୋଟାସିୟମ, ଫାଇବର ଆଣ୍ଟି-ଅକ୍ସିଡାଣ୍ଟ, ଫସଫରସ ଭଳି ଗୁଣ ଭରି ରହିଥିବା ବେଳେ ଶରୀରର ଅନେକ ବଡ଼ ବଡ଼ ସମସ୍ୟାକୁ ଦୂର କରି ଦେଇଥାଏ ।
୧. ଖରାଦିନେ ଶରୀରରୁ ଜଳୀୟଅଂଶ କମିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏ ସମୟରେ ଆପଣ ସପୁରୀ ଖାଇ ବା ତାହାର ଜୁସ୍‌ ପିଇ ଏହି ସମସ୍ୟାକୁ ଦୂର କରି ପାରିବେ ।

୨. ଭିଟାମିନ୍‌ ଏ, ଭିଟାମିନ ସି ଏବଂ କେରୋଟିନ୍‌ରେ ଭରପୂର ହୋଇଥିବା ହେତୁ ଏହାର ସେବନ ଆଖିକୁ ସୁସ୍ଥ ଏବଂ ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ମୋତିଆବିନ୍ଦୁ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୩. ଯଦି ଆପଣ ଲଗାତାର ବଢ଼ୁଥିବା ଓଜନର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏହାକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ । ଫାଇବରର ମାତ୍ରା ଅଧିକ ଥିବାରୁ ଏହା ଭୋକ ହେବାରୁ ରୋକିଥାଏ ।

୪. ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ପରିମାଣ ଅଧିକ ଥିବାରୁ ଏହା କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More