Only for Entertainment

ଶରୀର ପାଇଁ ଉପକାରୀ ବେଲ ପଣା

37

ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଯାଏ ଓଡ଼ିଆ ଘରର ବିଶେଷ ପଣା ପ୍ରସ୍ତୁତ କରିବା, ପିଇବା ଏବଂ ଅନ୍ୟକୁ ପିଆଇବାର ପରମ୍ପରା। ଗରମ ଦିନରେ ଖରାଦାଉରୁ ନିଜକୁ ବଞ୍ଚାଇବା ପାଇଁ ଅନେକ ପଣା ସେବନ କରାଯାଇଥାଏ। ବେଲ ପଣା ପିଇବା ଦ୍ୱାରା ଆମ ଶରୀର ସତେଜ ରହିଥାଏ । ଆପଣ ଗରମଦିନରେ ସନ୍ ଷ୍ଟ୍ରୋକ୍ ରୁ ରକ୍ଷା ପାଇବା ପାଇଁ ବେଲ ପଣା ପିଇପାରିବେ । ତେବେ ଆସନ୍ତୁ ଜାଣିବା ବେଲ ପଣା ଶରୀରରୁ କେଉଁ କେଉଁ ଫାଇଦା ଦେଇଥାଏ ।

  • ଆଯୁର୍ବେଦରେ ବେଲ ରସକୁ ଡାଇରିଆ ଏବଂ ମଳତ୍ୟାଗ ପାଇଁ ଅଧିକ ଲାଭଦାୟକ ମାନାଯାଇଥାଏ। ଆପଣ ଏହାର ସେବନ ଚିନି କିମ୍ବା ଗୁଡ଼ ସହିତ ମିଶାଇକରି କରି ପାରନ୍ତି।
  • ଯଦି ଆପଣଙ୍କ ଲିଭରରେ କୌଣସି ଭାବରେ ସମସ୍ୟା ଅଛି ତେବେ ଏକ୍ଷେତ୍ରରେ ଆପଣଙ୍କୁ ବେଲ ପଣା ଗ୍ରହଣ କରନ୍ତୁ। ବେଲ ଏକ ଗିଲାସ ପଣାରେ ପ୍ରୋଟିନ, ଥାୟମିନ, ଭିଟାମିନ ସି ଏବଂ ରାଇବୋଫ୍ଲେବିନ ରହିଥାଏ। ତେଣୁ ସ୍ୱାସ୍ଥ୍ୟ ପକ୍ଷେ ଏହା ବହୁତ ଭଲ।
  • ପ୍ରତ୍ୟେହ ବେଲ ପଣା ପିଇବା ଫଳରେ ପେଟର ସମସ୍ୟା ଦୂର ହୋଇଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର ମିଳିଥାଏ।
  • ବେଲ ପଣାରେ କ୍ୟାଲୋରିଜ ରହିଥାଏ ଯାହାକି ଆମ ଶରୀରର ମେଟାବଲିଜକୁ ବୁଷ୍ଟ କରିଥାଏ। କେବଳ ଏହା ନୁହେଁ, ଏଥିରେ ପୋଟିନ ମଧ୍ୟ ରହିଥାଏ, ଯାହା କି ଆମ ଶରୀର ଆଳସ୍ୟକୁ ଦୂର କରି ଏନର୍ଜି ବନାଇବାରେ ସହାୟକ ହୋଇଥାଏ।
  • ବେଲ ପଣାରେ ଚିନି କିମ୍ବା ଗୁଡ଼ ମିଳାଇକରି ଏହାର ସେବନ କରିବାରେ ଆପଣଙ୍କ ରକ୍ତ ସଫା ରହିବ। ଏହାଦ୍ୱାରା ଆମର ଲିଭର ଏବଂ କିଡନି ଭଲ ଭାବରେ କାମ କରିବ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More