Only for Entertainment

ଏହି ସବୁ ରୋଗକୁ ଦୂର କରିବା ପାଇଁ ନିୟମିତ ଖାଦ୍ୟରେ ସାମିଲ କରନ୍ତୁ ବ୍ରୋକଲି

cooking
36

ଭାରତରେ ବ୍ରୋକ୍‌ଲିକୁ ଖୁବ୍‌ କମ ଲୋକ ଖାଉଥିବା ବେଳେ ଦେଶ ବାହାରେ ଏହାକୁ ଲୋକେ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଏଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣ ଏହାକୁ ସବୁ ବେଳେ ଖାଇବା ଆରମ୍ଭ କରିବେ । କିଛି ଲୋକ ଏହାକୁ ତରକାରୀ କରି ଖାଇଥାନ୍ତି । କିନ୍ତୁ ଏହାକୁ ସିଝାଇ ବା କଞ୍ଚାରେ ସାଲାଡ୍‌ କରି ଖାଇବା ଦ୍ୱାରା ଶରୀରକୁ ଏହାର ଅଧିକ ଫାଇବା ମିଳିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…..

  • ନିୟମିତ ଭାବରେ ବ୍ରୋକ୍‌ଲି ଖାଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ହୋଇ ନଥାଏ ।
  • ବ୍ରୋକ୍‌ଲିରେ କର୍କଟ ରୋଗ ରୋକିବାର ଗୁଣ ରହିଥାଏ । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ବ୍ରୋକ୍‌ଲି ଖାଇବା ଦ୍ୱାରା ସ୍ତନ କର୍କଟ,ଫୁସ୍‌ଫୁସ୍‌ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ବୋଲି ଜଣା ପଡ଼ିଛି ।
  • ବ୍ରୋକ୍‌ଲିରେ ଥିବା ପୋଷକ ତତ୍ତ୍ୱ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗୀ ପ୍ରତିଦିନ ବ୍ରୋକ୍‌ଲି ଖାଇବା ଦ୍ୱାରା ସେମାନଙ୍କୁ ଲାଭ ମିଳିଥାଏ ।
  • କିଛି ଲୋକଙ୍କୁ ଭୋକ ଲାଗି ନଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି ତେବେ ବ୍ରୋକ୍‌ଲିର ସୁପ୍‌ ତିଆରି କରି ପିଅନ୍ତୁ ।
  • ଗର୍ଭବତୀ ମହିଳାମାନଙ୍କ ପାଇଁ ବ୍ରୋକ୍‌ଲି ଖୁବ୍‌ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ପେଟରେ ବଢ଼ୁଥିବା ଶିଶୁର ମସ୍ତିଷ୍କ ବିକଶିତ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More