Only for Entertainment

ଜାଣନ୍ତୁ କେଉଁ ଖାଇବା ତେଲ ଶରୀର ପାଇଁ କେତେ ସୁସ୍ଥକର !

138

ତରକାରୀ କିମ୍ବା ପରଟା ବନାଇବା ପାଇଁ ରନ୍ଧା ତେଲ ବ୍ୟବହାର ହୋଇଥାଏ । ବଜାରରେ ଏଭଳି ଅନେକ ପ୍ରକାର ରନ୍ଧା ତେଲ ବ୍ୟବହାର କରାଯାଏ । ଆପଣ ଆପଣଙ୍କ ଜରୁରୀ ମୁତାବକ କିଣିପାରିବେ । ମାତ୍ର କୁକିଂ ଅଏଲ କିଣିବା ପୂର୍ବରୁ ଏହି ସମସ୍ତ ବିଷୟ ଉପରେ ଗୁରୁତ୍ୱ ଦିଅନ୍ତୁ । କେଉଁ କୁକିଂ ଅଏଲ ଶରୀର ପାଇଁ ହିତକର ଏବଂ କେଉଁ ତେଲ ବ୍ୟବହାର କଲେ କ୍ଷତି ହେବ । ଆସନ୍ତୁ ଜାଣିବା –

ଅଲିଭ ତେଲ

ଶରୀର ପାଇଁ ଅଲିଭ ତେଲ ଖୁବ ହିତକର । ଏହା ହୃଦୟ ରୋଗରୁ ଲଢିବା ପାଇଁ ଏବଂ ଅଲ୍ଜାଇମର ଭଳି ରୋଗ ଏବଂ ସ୍ମୃତି ଶକ୍ତିକୁ ଉତ୍ତମ ରଖିବା ପାଇଁ ଖୁବ ଭଲ ଅଟେ । ଏହାସହ ଏହି ତେଲ ବ୍ୟବହୃତ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

ସୋରିଷ ତେଲ

ସୋରିଷ ତେଲରେ ପ୍ରାକୃତିକ ଗୁଣ ଭରପୂର ମାତ୍ରାରେ ରହିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ବୋଲି କୁହାଯାଏ । ଏହା ପାଚନକ୍ରିୟାକୁ ସହଜ କରାଇଥାଏ ଏବଂ ଆଂଟି ବ୍ୟାକ୍ଟେରିଆ ଗୁଣରେ ମଧ୍ୟ ଭରପୂର ଥାଏ । ଏହି ତେଲ ତ୍ୱଚା ପାଇଁ ମଧ୍ୟ ଖୁବ ଭଲ ଅଟେ ।

ସୂର୍ଯ୍ୟମୂଖୀ ତେଲ:

ଏହି ତେଲରେ ଭିଟାମିନ ଇ ପ୍ରଚୁର ମାତ୍ରାରେ ରହିଥାଏ । ଏହାସହ ଏଥିରେ ପୋଷଣ ଦେବା ଭଳି ଅନେକ ତତ୍ତ୍ୱ ଭରି ରହିଥାଏ । ଭିଟାମିନ ଇ କେଶକୁ ପୋଷଣ ଦେଇଥାଏ । ଏହିକାରଣରୁ ଏହି ତେଲ କେଶ ପାଇଁ ଖୁବ ଭଲ । ଏହାସହ ଏହି ତେଲ ହୃଦୟ ପାଇଁ ମଧ୍ୟ ଖୁବ ଭଲ । ଏଥିରେ ଥିବା ପଲିଅନସାଚୁରେଟେଡ ଶରୀରରେ ଭଲ କୋଲେଷ୍ଟୋରଲକୁ ସଠିକ ଭାବେ ରଖିବା ପାଇଁ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More