Only for Entertainment

ଆପଣ ଲଗାତାର ଟାଇପ କରୁଛନ୍ତି କି ? ହୋଇଯାନ୍ତୁ ସାବଧାନ, ପଡିପାରନ୍ତି ଗମ୍ଭୀର ସମସ୍ୟାରେ ।

FreeKaaMaal
0 38

ବର୍ତ୍ତମାନ ସମୟରେ ସମସ୍ତ ଲୋକ କମ୍ପ୍ୟୁଟର ଏବଂ ମୋବାଇଲ ସହ ଜଡ଼ିତ । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଦାମୀ ଗାଜେଟ ଏହାର ସିଧାସଳଖ ପ୍ରମାଣ ଅଟେ । ଏହା ଦ୍ୱାରା ସ୍ବାସ୍ଥ୍ୟ ସମ୍ବନ୍ଧିତ ଅନେକ କ୍ଷତି ହୋଇଥାଏ । ଅନେକ ଲୋକ ଏହି କାରଣ ରୁ ଅଭିଯୋଗ କରିଥାନ୍ତି ଯେ ଦିନ ସାରା ଭଲ ଯାଇ ମଧ୍ଯ ରୋଗ ଯନ୍ତ୍ରଣା କାହିଁକି ଅନୁଭବ ହୁଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହାର କାରଣ ଆପଣ ବ୍ୟବହାର କରୁଥିବା ଗ୍ୟାଜେଟ । ଆଜ୍ଞା ହଁ ଲଗାତାର କମ୍ପ୍ୟୁଟର ଏବଂ ମୋବାଇଲରେ ଅଧିକ ସମୟ ଧରି କାମ କରିବା ଦ୍ୱାରା ଏଭଳି ସମସ୍ୟା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା କଣ ଏହି ସମସ୍ୟା ଏବଂ କଣ ଏହାର ଉପଚାର ।

ଆଖି ସମ୍ବନ୍ଧିତ ସମସ୍ୟା

କମ୍ପ୍ୟୁଟର ଏବଂ ଡିଜିଟାଲ ସ୍କ୍ରିନରେ ଅଧିକ ସମୟ କାମ କରିବା ଦ୍ୱାରା ଆଖିର ଦେଖିବା କ୍ଷମତା କମି ଯାଏ। ଏହା ସହ ଆଖି ଜଳିବା, ପାଣି ଗଡ଼ିବା, ମୁଣ୍ଡ ବିନ୍ଧିବା ସମସ୍ୟା ପରିଲକ୍ଷିତ ହୋଇଥାଏ।

ଏଥିରୁ ରକ୍ଷା ପାଇବା ପାଇଁ ଉପାୟ

୧. କିଛି କ୍ଷଣ ଛାଡି କିଛି କ୍ଷଣ ମଧ୍ୟରେ ଆଖି ୫/୧୦ ମିନିଟ ପର୍ଯ୍ୟନ୍ତ ବନ୍ଦ କରନ୍ତୁ ।

୨. କିଛି ସମୟ ପରେ ଗଛ ଆଦି ଆଡେ ନଜର ବୁଲାଇ ଆସନ୍ତୁ ।

୩. ମଝିରେ ମଝିରେ ଆଖିକୁ ଥଣ୍ଡା ପାଣିରେ ଧୁଅନ୍ତୁ ।

ବେକ ସମ୍ବନ୍ଧିତ ସମସ୍ୟା

ଅଧିକ ସମୟ କମ୍ପ୍ୟୁଟର ଧରି କାର୍ଯ୍ୟ କରିବାଦ୍ୱାରା ଅନେକ ଅଙ୍ଗକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ଯାହା ଫଳରେ ବେକ ଦରଜ ଭଳି ସମସ୍ୟା ଦେଖାଯାଇଥାଏ।

ଏଥିରୁ ରକ୍ଷା ପାଇବା ପାଇଁ ଉପାୟ

୧. କିଛି ସମୟ ବ୍ୟବଧାନ ରେ ବେକ କୁ ବୁଲାନ୍ତୁ ।

୨. ବେକ ମାଲିସ କରନ୍ତୁ ।

୩. ଗୋଟିଏ ସ୍ଥିତିରେ ନ ବସି ସ୍ଥିତି ପରିବର୍ତ୍ତନ କରନ୍ତୁ ।

କାନ୍ଧ ଜନିତ ସମସ୍ୟା

ଅଧିକ ସମୟ ଧରି ଗୋଟିଏ ସ୍ଥାନ ରେ ବସି କାର୍ଯ୍ୟ କରିବା ଦ୍ୱାରା କାନ୍ଧରେ ମଧ୍ୟ ଯନ୍ତ୍ରଣା ଦେଖା ଦେଇଥାଏ।

ଏଥିରୁ ରକ୍ଷା ପାଇବା ପାଇଁ ଉପାୟ

୧. କିଛି କିଛି କ୍ଷଣ ମଧ୍ୟରେ କାନ୍ଧକୁ ବୁଲାନ୍ତୁ ।

୨. ବାହାରେ ଟିକେ ଚଳାବୁଲା କରନ୍ତୁ ।

୩. ସମ୍ପୂର୍ଣ୍ଣ ଭାବେ ସିଧା ହୋଇ ବସନ୍ତୁ ।

ହାତ ଜନିତ ସମସ୍ୟା

ଅଧିକ ସମୟ ଧରି କମ୍ପ୍ୟୁଟର ରେ ଆଙ୍ଗୁଠି ଏବଂ ହାତରେ କାର୍ଯ୍ୟ କରିବା ଦ୍ୱାରା କାର୍ପଲ ଟନାଲ ସିଣ୍ଡ୍ରୋମ ଭଳି ସମସ୍ୟା ଦେଖା ଦେଇଥାଏ ।

ଏଥିରୁ ରକ୍ଷା ପାଇବା ପାଇଁ ଉପାୟ

୧. କିଛି ସମୟ ବ୍ୟବଧାନ ରେ ହାତ ସିଧା କରି ଆଙ୍ଗୁଠି କୁ ମେଲା କରନ୍ତୁ ।

୨. ମଝିରେ ମଝିରେ ହାତକୁ ଷ୍ଟ୍ରେଚ କରନ୍ତୁ ।

୩. ପ୍ରତି ୨ଘଂଟା ରେ ଥରେ ଟାଇପ କରିବା ବନ୍ଦ କରି ହାତକୁ ରିଲାକ୍ସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More