Only for Entertainment

ବର୍ଷାଦିନେ ନିଅନ୍ତୁ ସ୍ୱାସ୍ଥର ଯତ୍ନ, ଆପଣାନ୍ତୁ କିଛି ଟିପ୍ସ ।

FreeKaaMaal
0 45

ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଋତୁରେ ନିଜ ଖାଦ୍ୟପାନୀୟ ପ୍ରତି ସଚେତନ ରହିବା ଆବଶ୍ୟକ । ବର୍ଷା ଦିନେ ସଂକ୍ରମଣର ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ସଥିପ୍ରତି ଯତ୍ନବାନ ରହିବା ଜରୁରୀ । ତେବେ ଆସନ୍ତୁ ଜାଣିବା ନବର୍ଷାଦିନେ କିପରି ରହିବେ ସଚେତନ ।

  • ବର୍ଷାଦିନେ କଂଚା ସାଲାଡ ଖାଇବା ପରିବର୍ତ୍ତେ ସଝା ପରିବାକୁ ବ୍ୟବହାର କରି ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ ।
  • ଗ୍ରୀନ ଟି ଓ ହର୍ବାଲ ଟି ନିୟମିତ ଭାବେ ପିଅନ୍ତୁ । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ।
  • ଅଦା, ଗୋଲମରିଚ, ପୋଦିନା ପତ୍ର, ରସୁଣ ଓ ମହୁ ବିଭିନ୍ନ ଖାଦ୍ୟପେୟରେ ଉପଯୋଗ କରନ୍ତୁ ।
  • ଫୁଟାପାଣିକୁ ଥଣ୍ଡା କରି ପରିବାରର ପ୍ରତ୍ୟେକ ଲୋକ ପିଇବା ସ୍ୱାସ୍ଥ୍ୟ ପାଇଁ ବର୍ଷାଦିନେ ମହୌଷଧି ପରି କାମ କରିଥାଏ ।
  • ଖଟା ଖାଦ୍ୟ ଯେପରି ତେନ୍ତୁଳି କିମ୍ବା ଆଚାର ଖୁବ କମ ପରିମାଣରେ ବା ଆଦୌ ନ ଖାଇବା ଉଚିତ ।
  • ବାହାରୁ ଆସିବା ପରେ ଉଷୁମ ପାଣିରେ ହାତ ଓ ପାଦ ଧୋଇବା ଉଚିତ । ନଚେତ ଏହା ଦ୍ୱାରା ସଂକ୍ରମଣ ବ୍ୟାପିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More