Only for Entertainment

ଆପଣ ଶାକାହାରୀ କି ? ଚିନ୍ତିତ ହୁଅନ୍ତୁ ନାହିଁ, ଖାଆନ୍ତୁ ଏହି ସମସ୍ତ ଖାଦ୍ୟ

Good Morning Center
0 40

ପରୀକ୍ଷାରୁ ପ୍ରକାଶିତ ଯେ ଆମିଷ ଖାଦ୍ୟରେ ପ୍ରୋଟିନ ତତ୍ତ୍ୱ ରହିଥାଏ । ଏଣୁ ଖାଦ୍ୟବିଶେଷଜ୍ଞଙ୍କ ମତରେ ଅନ୍ତତଃ ସପ୍ତାହକୁ ଥରୁଟିଏ ଆମିଷ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ । ଯେପରିକି ମାଛ, ଚିକେନ ଇତ୍ୟାଦିର ବ୍ୟଞ୍ଜନ ପିଲାଠାରୁ ବୟସ୍କ ସମସ୍ତେ ଆବଶ୍ୟକ ପରିମାଣରେ ଖାଇବା ଉଚିତ । ତେବେ ଶାକାହାରୀ ଲୋକେ ନିଜ ସ୍ୱସ୍ଥ୍ୟ ନିମନ୍ତେ କେତେ ଦୂର ସଚେତନ, ସେ ସଂକ୍ରାନ୍ତରେ ବିଶେଷଜ୍ଞ ଦଳ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ନିଜ ଖାଦ୍ୟପାନୀୟରେ ଶାକାହାରୀ ବର୍ଗର ବ୍ୟକ୍ତି ସଚେତନ ନ ହେଲେ, ଭବିଷ୍ୟତରେ ବିଭିନ୍ନ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

– ଶାକାହାରୀ ଲୋକେ ନିୟମିତ ପେସ୍ତାବାଦାମ ସକାଳ ଓ ସନ୍ଧ୍ୟା ଜଳଖିଆରେ ସେବନ ଖାଇବା ଉଚିତ । ଏଥିରେ ପ୍ରଚୁର ପରିମାଣରେ ଲୌହ ଓ ଅନ୍ୟାନ ତତ୍ତ୍ୱ ଭରପୂର । ପ୍ରତ୍ୟହ ଏହା ଖାଇଲେ ଶୀଘ୍ର ଥକା ଲାଗିନଥାଏ ଓ କେଶ ମଜବୁତ ହୋଇଥାଏ ।

– ଏହି ବର୍ଗର ଲୋକଙ୍କ ନିମନ୍ତେ ଅନ୍ୟ ଏକ ଖୋରାକ ହେଉଛି କଖାରୁ ମଂଜି । ବଜାରରେ ଏହା ବେଶ ସହଜରେ ଉପଲବ୍ଧ ହୋଇଥାଏ । ଏଣୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଯଥା ଭାବେ କଖାରୁ ମଂଜିର ଉପଯୋଗ କରନ୍ତୁ । ଏଥିରେ ଫାଇବର ଥିବାରୁ ତାହା ସ୍ୱସ୍ଥ୍ୟ ପାଇଁ ଭଲ ।

– ସୋୟାବିନ, ପ୍ରତ୍ୟେକ ବର୍ଗର ଲୋକେ ନିୟମିତ ଭାବେ ଏହି ପ୍ରୋଟିନ ଭରପୂର ଖ୍ୟାଦ୍ୟ ଖାଇବା ଉଚିତ । ବୟସ୍କ ବର୍ଗର ଲୋକ ପ୍ରତ୍ୟେହ ସୋୟାବିନ ଖାଇବା ଖୁବ ଉପକାରୀ । ୧ କପ ସୋୟାବିନରେ ୬୮ ଗ୍ରାମ ପ୍ରୋଟିନ ଥାଏ ।

ଶାକାହାରୀ ବର୍ଗର ଲୋକେ ଖାଦ୍ୟତାଲିକା ପ୍ରସ୍ତୁତ କରି ଏସବୁ ଖାଦ୍ୟକୁ ମାମିଲ କରାଇବା ନିତାନ୍ତ ଆବଶ୍ୟକ ବୋଲି ଖାଦ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More