Only for Entertainment

ବାଇକରେ ଯିବା ବେଳେ ଯୁବକଙ୍କୁ ଗୋଡାଇଲା ବାଘ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

51

ସାଧାରଣରେ ଆମେ ଜଙ୍ଗଲରେ ଯାତ୍ରା କରିବା ବେଳେ ଆମ ସହ କିଛି ନା କିଛି ଘଟଣା ଘଟିଥାଏ । ବେଳେ ବେଳେ ଏପରି କିଛି ଘଟଣା ଘଟିଥାଏ ଯେ, ଛାତିର କଲିଜା ପାଟିକୁ ପଳାଇ ଆସେ । ଠିକ୍‌ ଏହିପରି ଏକ ଘଟଣା ଓ୍ଵାଏନାଡର ଜଣେ ବାଇକ ଚାଳକଙ୍କ ସହ ଘଟିଛି । ବର୍ତ୍ତମାନ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ଏହି ଭିଡିଓଟି ମୁଥାଙ୍ଗ ଅଭୟାରଣ୍ୟର ଅଟେ । ଏହି ଭିଡିଓରେ ବାଘ ଜଣେ ବାଇକ ଚାଳକଙ୍କୁ ଗୋଡଉ ଥିବା ଦେଖିବାକୁ ମଳିଛି । ଏହି ଭିଡିଓକୁ ବର୍ତ୍ତମାନସୁଧା ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି । ଏବଂ ପାଖାପାଖି ୪ ହଜାରରୁ ଉର୍ଦ୍ଧ୍ବ ଲୋକ ଭିଡିଓଟିକୁ ସେୟାର କରିଛନ୍ତି । ଜଙ୍ଗଲ ଓ ଅଭୟାରଣ୍ୟ ସୁରକ୍ଷା କମିଟି ଏହି ଭିଡିଓକୁ ନିଜ ଫେସବୁକ ପେଜରେ ଅପଲୋଡ କରିଛି । ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଏହି କମିଟି ଏକ ବେସରକାରୀ ସଂସ୍ଥା ଅଟେ । ଏହି ସଂସ୍ଥା ଜଙ୍ଗଲ ସୁରକ୍ଷା ପାଇଁ କାମ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More