Only for Entertainment

ହେଲିକପ୍ଟର ଇଲା’ର ନୂଆ ଗୀତ ‘ମମ କି ପରଛାଇ’ ହେଲା ରିଲିଜ ।

bollywood tadka
0 58

ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଫିଲ୍ମ ‘ହେଲିକପ୍ଟର ଈଲା’ର ନୂଆ ଗୀତ ରିଲିଜ ହୋଇଛି । ଗୀତରେ କାଜୋଲ ନିଜ ପୁଅ ସହ ପାଦକୁ ପାଦ ମିଶାଇ ଚାଲିଛନ୍ତି ଏବଂ ସବୁବେଳେ ତାଙ୍କର ଆକ୍ଟିଭିଟି ଉପରେ ନଜର ରଖୁଛନ୍ତି । ସେ ନିଜ ପୁଅକୁ ନେଇ ଏତେ ପ୍ରୋଟେକ୍ଟିଭ ହୋଇଯାଆନ୍ତି ଯେ କେବେ କେବେ ତାଙ୍କ ପୁଅ ମଧ୍ୟ ତାଙ୍କ ଉପରେ ରାଗି ଯାଆନ୍ତି । ଏହି ଗୀତକୁ ଅମିତ ତ୍ରିବେଦୀ ଗାଇଛନ୍ତି ଏବଂ ଗୀତରେ ରୋନିତ ସରକାର ସ୍ୱର ଦେଇଛନ୍ତି । ଏହି ଗୀତ ଜରିଆରେ ଖୁବ ସୁନ୍ଦର ଭାବେ ଏକ ସିଙ୍ଗଲ ମଦର ତାଙ୍କ ପୁଅଙ୍କ କାହାଣୀ ନଜର ଆସିଛି ।

ଫିଲ୍ମ କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ସିଙ୍ଗଲ ମଦର କାହାଣୀ ଅଟେ । ଫିଲ୍ମର ଟ୍ରେଲର ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହାକୁ ପ୍ରାୟତଃ ୧୦ମିଲିଅନ ଲୋକ ଦେଖି ସାରିଲେଣି । ଏହି ଫିଲ୍ମରେ କାଜୋଲ ଏବଂ ରି୍ଦ୍ଧିଙ୍କ ବ୍ୟତୀତ ତୋତା ରାୟଚୌଧୁରୀ, ନେହା ଧୂପିଆ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ଅଜୟ ଦେବଗନ ଏବଂ ଧବନ ଜୟନ୍ତି ଲାଲ ମିଶି ପ୍ରଡ୍ୟୁସ କରିଛନ୍ତି । ଫିଲ୍ମ ୭ସେପ୍ଟେମ୍ବରରେ ପରଦାରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More