Only for Entertainment

ହେଲିକାପ୍ଟର ଇଲା : କାଜୋଲଙ୍କ ‘ରୁକ ରୁକ ରୁକ’ ସଙ୍ଗର ରିମିକ୍ସ ଦେଖିବା ପରେ କିଛି ଏପରି ରିଆକ୍ସନ ଦେଇଥିଲେ ତବୁ ।

zeenews
0 36

ଆଜି ଠାରୁ ୨୪ ବର୍ଷ ପୂର୍ବେ ଫିଲ୍ମ ‘ବିଜୟପଥ‘ର ଏକ ଗୀତରେ ଅଭିନେତ୍ରୀ ତବୁ ବଲିଉଡରେ ଧୁମ ମଚାଇ ଦେଇଥିଲେ । ସେହି ଗୀତଟି ଥିଲା ‘ରୁକ ରୁକ ରିକ ଆରେ ବାବା ରୁକ…’ । ଏବେ ଫିଲ୍ମ ‘ହେଲିକାପ୍ଟର ଇଲା’ରେ ଏହି ଗୀତର ନୂଆ ଭର୍ସନ ନେଇ ଆସିଛନ୍ତି ଅଭିନେତ୍ରୀ କାଜୋଲ । ତବୁ, କାଜୋଲଙ୍କ ଏହି ନୂଆ ଭର୍ସନକୁ ଦେଖିବା ପରେ କ’ଣ ରିଆକ୍ସନ ଦେଲେ ତାହା ଜାଣିବାକୁ ସମସ୍ତ ଆଗ୍ରହୀ ।

ତବୁଙ୍କୁ ଏହି ଗୀତରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ଫିଲ୍ମ ‘ହେଲିକାପ୍ଟର ଇଲା’ରେ ମା’ ରୋଲରେ ନଜର ଆସିଥିବା କାଜୋଲଙ୍କର ମଧ୍ୟ ରିମିକ୍ସ ଗୀତରେ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

ଏହି ଗୀତକୁ ଦେଖିବା ପରେ ତବୁ ପ୍ରଥମେ ଏକ ଶ୍ମିତହାସ୍ୟ ଦେଇ କହିଥିଲେ ଏହା ବସ୍ତବରେ ଖୁବ ମିଠା ଗୀତ । ଏହି ଗୀତରେ କାଜୋଲ ଏତେ କ୍ୟୁଟ ଲାଗୁଛନ୍ତି ଯେ ଏହି ଟ୍ରାକ ଯେମିତି ତାଙ୍କ ପାଇଁ ହିଁ କରାଯାଇଥିଲା । ଏହା ସହିତ ସେ କହିଥିଲେ ସବୁଠାରୁ ବଡ କଥା ହେଉଛି ଏହି ଗୀତ ସହିତ କିଛି ଛେଡଛାଡ ହୋଇନାହିଁ । ଗୀତର ଆତ୍ମା ପୂର୍ବ ପରି ରହିଛି କେବଳ ତାର ଅନ୍ଦାଜ ବଦଳିଛି । ଏହି ନୂଆ ଅନ୍ଦାଜରେ ଗୀତକୁ ଶୁଣି ମଜା ଲାଗିଲା । ରିମିକ୍ସ ହେବା ପରେ ଗୀତ ଆହୁରି ୟଙ୍ଗ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More