Only for Entertainment

ଟାଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ ‘ହେଲୋ ଆର୍ଶୀ’

Times of India
27

ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଫିଚର ଫିଲ୍ମ ‘ହେଲୋ ଆର୍ଶୀ’ ଟାଲିନ୍‌ ବ୍ଲାକ୍‌ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବାକୁ ମନୋନୀତ ହୋଇଛି। ଆସନ୍ତା ନଭେମ୍ବର ୧୬ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇଷ୍ଟୋନିଆର ଟାଲିନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ୧୨ଟି ଫିଲ୍ମ ପ୍ରଦର୍ଶନ ହେବାକୁ ଥିବା ବେଳେ ଏଥିରେ ‘ହେଲୋ ଆର୍ଶୀ’ ସ୍ଥାନ ପାଇଛି। ମହୋତ୍ସବର ‘ଫାଷ୍ଟ୍‌ ଫିଚର ଫିଲ୍ମ କମ୍ପିଟିଶନ୍‌’ କାଟାଗୋରିରେ ଏହା ପ୍ରଦର୍ଶନ ହେବ। ୟୁରୋପ ମହାଦେଶର ଏହି ଲୋକପ୍ରିୟ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ ସହ ଫିଲ୍ମ ସମ୍ପର୍କିତ ବିଭିନ୍ନ କର୍ମଶାଳା, ସମ୍ମିଳନୀ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସମ୍ବିତ୍‌ ମହାନ୍ତିଙ୍କ ନିର୍ଦ୍ଦେଶିତ ୯୦ ମିନିଟ୍‌ର ‘ହେଲୋ ଆର୍ଶୀ’ରେ ପ୍ରକୃତି ମିଶ୍ର ଓ ପାର୍ଥ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମ ପ୍ରଯୋଜନା ଅଜୟ ରାଉତରାୟ କରିଥିବା ବେଳେ ଏହାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନସ୍ବାଦର ହୋଇଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More