Only for Entertainment

ପ୍ରଚାରର ପ୍ରଥମ ଦିନରେ ଗହମ ଜମିରେ ନଜର ଆସିଲେ ହେମା ମାଳିନୀ ।

indian express
22

ଅଭିନେତ୍ରୀ ଏବଂ ରାଜନୈତିଜ୍ଞା ହେମା ମାଳିନୀ ନିକଟରେ ତାଙ୍କ ଟ୍ୱିଟର ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ କିଛି ମହିଳାଙ୍କ ସହିତ ଗହମ ଜମିରେ ଗହମ ବୋହୁଥିବାର ନଜର ଆସିଛନ୍ତି । କ୍ୟାପ୍ସନରେ ହେମା ଲେଖିଛନ୍ତି ଗୋବର୍ଦ୍ଧନ କ୍ଷେତ୍ରରୁ ଲୋକସଭା କ୍ୟାମ୍ପେନର ଆରମ୍ଭ, ଯେଉଁଠାରେ କର୍ମରତ ମହିଳା ମାନଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ଥିଲା । ମୋ ପ୍ରଥମ ଦିନର କ୍ୟାମ୍ପେନର କିଛି ଫଟୋ ଆପଣଙ୍କ ପାଇଁ ।

ଉତ୍ତର ପ୍ରଦେଶର ମଥୁରା ନିର୍ବଚନମଣ୍ଡଳୀରୁ ଲୋକସଭା ପାଇଁ ଛିଡ଼ା ହୋଇଥିବା ୭୦ ବର୍ଷୀୟା ହେମା ତାଙ୍କର ଏକାଧିକ ଫଟୋ ଶେୟାର କରିଛନ୍ତି । ଫଟୋରେ ହେମା ମହିଳା ମାନଙ୍କ ସହିତ ଗହମ ଜମିରେ କଥାବର୍ତ୍ତା ହେବା ଠାରୁ ଆରମ୍ଭ କରି ଗହମ କାଟିବା ପର୍ଯ୍ୟନ୍ତ ନଜର ଆସିଛନ୍ତି । ହେମାଙ୍କଏହି ଟ୍ୱିଟ ୧୪ହଜାରରୁ ଅଧିକ ଲାଇକ୍ସ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More