Only for Entertainment

ହେମା ମାଲିନୀଙ୍କୁ ଦେଖିବା ଲାଗି ବେକାବୁ ହେଲା ଭିଡ, କାରରେ ଚଢି ବସିଲେ ଲୋକ !

aajtak
26

ମଧ୍ୟପ୍ରଦେଶର ରାଜଗଢରେ ଗତ ରବିବାର ଦିନ ବିଜେପି ସାଂସଦ ହେମା ମାଲିନୀଙ୍କ ରାଲିରେ ଜବରଦସ୍ତ ବବାଲ ହୋଇଛି । ଅଭିନେତ୍ରୀ ହେମା ମାଲିନୀଙ୍କୁ ଦେଖିବା ଲାଗି ଭିଡ ଜମିଥିଲା । ଅଚାନକ ସଭାସ୍ଥଳରେ ଦୌଡା ଦୌଡି ଦେଖିବାକୁ ମିଳିଥିଲା । ଏହାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା ।

ଅସଲରେ, ମାଚଲପୁର ଏବଂ ପାଚୋରରେ ହେମାମାଲିନୀ ନିର୍ବାଚନ ସଭାରେ ସମ୍ବୋଧିତ କରିବା ପାଇଁ ପହଂଚିଥିଲେ , ତାଙ୍କୁ ଦେଖିବା ଲାଗି ଭିଡ ଜମିଥିଲା । ହେଲିପ୍ୟାଡରୁ ବାହାରି ଭିଡ ଦେଖି ହେମା ଖୁବ ରାଗି ଯାଇଥିଲେ ।

ଯେତେବେଳ ସେ ହେଲିପ୍ୟାଡରୁ ବାହାରି ଗାଡିରେ ବସି ସଭାସ୍ଥଳକୁ ବାହାରିଥିଲେ , ତାଙ୍କ ଗାଡି ପଛରେ ଲୋକ ଦୌଡିବା ଆରମ୍ଭ କରିଥିଲେ । ଏପରିକି ତଙ୍କ ଗାଡି ଉପରେ ଚଢିଯାଇଥିଲେ । ଏହାକୁ କାବୁ କରିବା ଲାଗି ପୁଲିସ ଲାଠି ଚାର୍ଜ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More