Only for Entertainment

ରାଜକୁମାର ରାଓଙ୍କ ପ୍ରେମରେ ପଡିଲେ ଡ୍ରିମଗର୍ଲ ହେମା ମାଲିନୀ, ରିଲିଜ ହେଲା ଫିଲ୍ମ ‘ଶିମଲା ମିର୍ଚି’ !

58

ହେମା ମାଲିନୀ ଅନେକ ଦିନ ହେବ ବଡ ପରଦା ଠାରୁ ଦୂରରେ ଅଛନ୍ତି । ହେମା, ରାଜକୁମାର ରାଓ ଏବଂ ରକୁଲ ପ୍ରୀତ ସିଂଙ୍କ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ରକୁଲଙ୍କ ମା ଭୂମିକାରେ ନଜର ଆସିଛନ୍ତି ହେମା ମାଲିନୀ ।, ଯେଉଁଥିରେ ଭୂଲ ବଶତଃ ରକୁଲଙ୍କ ବୟଫ୍ରେଣ୍ଡ ଅର୍ଥାତ ରାଜକୁମାରଙ୍କୁ ଭଲ ପାଇ ବସିଛନ୍ତି ହେମା ମାଲିନୀ । ଏହିପରି କିଛି ମଜାଦାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ଶିମଲା ମିର୍ଚ’ । ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଛି । ଫିଲ୍ମ ଜାନୁଆରୀ ୩ରେ ରିଲିଜ ହେବ ।

ଶିମଲା ମିର୍ଚ ଏଭଳି ପୁଅର କାହାଣୀ ଅଟେ ଯିଏ ଗୋଟିଏ ଝିଅକୁ ପ୍ରେମ କରୁଥିବ ମାତ୍ର ତାକୁ କହି ପାରୁନଥିବ । ସେହିକାରଣରୁ ଚିଠି ଦେଇ ସେ ନିଜ ଭଲ ପାଇବା ଜଚ୍ଚାଇବାକୁ ଚେଷ୍ଟା କରିଥିବ ଏବଂ ସେହି ଚିଠି ଭୂଲ ବଶତଃ ଝିଅ ମାଙ୍କ ପଢି ଦେଇଥିବେ । ଏହିକାରଣରୁ ସମସ୍ତ ଭ୍ରମ ସୃଷ୍ଟି ହୋଇଥିବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରମେଶ ସିପ୍ପି ।

ଶେଷଥର ହେମାଙ୍କୁ ୨୦୧୭ରେ ଆସିଥିବା ଫିଲ୍ମ ‘ଏକ ଥି ରାନୀ ଏସି ଭି’ରେ ଦେଖିବାକୁ ମିଳିଥିଲା । ମୃଦୁଳା ସିହ୍ନାଙ୍କ ବାୟୋଗ୍ରାଫି ରାଜପଥ ସେ ଲେକର ଲୋକପଥ ପର’ଫିଲ୍ମରେ ହେମା ବିଜୟା ରାଜେ ସିନ୍ଧିଆ ଭୂମିକାରେ ନଜର ଆସିଥିଲେ । ଏହାବ୍ୟତୀତ ୨୦୨୦ରେ ରିଲିଜ ହେବାକୁ ଥିବା ତାମିଲ ଫିଲ୍ମ ‘ବାଲିମାଈ’ରେ ଅଜିତ କୁମାରଙ୍କ ମା’ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More