Only for Entertainment

ଜନ୍ମଦିନ ସ୍ପେଶାଲରେ ଜାଣନ୍ତୁ ହେମାମାଲିନୀଙ୍କ ବିଷୟରେ କିଛି …. !

30

ଡ୍ରିମଗର୍ଲ କୁହାଯାଉଥିବା ହେମାମାଲିନୀଙ୍କର ଆଜି ୭୧ତମ ଜନ୍ମ ଦିବସ । ସେ ୧୬ଅକ୍ଟୋବର ୧୯୪୮ରେ ଜନ୍ମ ହୋଇଥିଲେ । ୧୯୬୧ରେ ହେମା ତାମିଲ ଫିଲ୍ମରେ ଡ୍ୟାନ୍ସ କରି ନିଜ କ୍ୟାରିଅର ଆରମ୍ଭ କରିଥିଲେ । ହେମାଙ୍କ ସୁନ୍ଦରତା ପାଇଁ ତାଙ୍କୁ ଡ୍ରିମଗର୍ଲ’ କୁହାଯାଏ । ୧୯୬୮ରେ ସେ ସପନୋ କେ ସୌଦାଗର ଫିଲ୍ମ ଜରିଆରେ ରାଜକପୂରଙ୍କ ବିପକ୍ଷରେ ବଲିଉଡରେ ପାଦ ଦେଇଥିଲେ । କେବଳ ଫିଲ୍ମରେ ଅଭିନେତ୍ରୀ ନୁହଁନ୍ତି ମାତ୍ର ସେ ଜଣେ ଭଲ କ୍ଲାସିକାଲ ଡ୍ୟାନ୍ସର, ଡିରେକ୍ଟର, ପ୍ରଡ୍ୟୁସର ଏବଂ ପଲିଟିସିଆନ ମଧ୍ୟ । ଏହାପରେ ୧୦ଟି ଫିଲ୍ମ ହିଟ ଦେଇଥିଲେ ଏବଂ ୩୫ଟି ଫିଲ୍ମ ସେ ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିଥିଲେ । ହେମାଙ୍କୁ ଅନେକ ସୁପରଷ୍ଟାରଙ୍କ ପ୍ରପୋଜାଲ ଆସିଥିଲେ ମଧ୍ୟ ସେ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ ।

ଶୁଣିବାକୁ ମିଳିଥିଲା ଯେ ସେ ବ୍ଲକବାଷ୍ଟର ଫିଲ୍ମ ‘ସୋଲେ’ ସମୟରେ ଧର୍ମେନ୍ଦ୍ରଙ୍କ ପ୍ରେମର ପଡିଥିଲେ । ଏହାର ୫ବର୍ଷ ପରେ ଉଭୟ ବିବାହ କରିଥିଲେ । ତାଙ୍କର ବିବାହ ଏତେ ସହଜ ନଥିଲା, କାରଣ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ତାଙ୍କୁ ଛାଡପତ୍ର ଦେବା ଲାଗି ମନା କରି ଦେଇଥିଲେ । ଏହି କାରଣରୁ ହେମା ମାଲିନୀଙ୍କୁ ବିବାହ କରିବା ଲାଗି ଧର୍ମେନ୍ଦ୍ର ଇସଲାମ ଧର୍ମ ଆପଣେଇ ଥିଲେ ।

ହେମା ମାଲିନୀ ଏବେ ସିଲେକ୍ଟେଡ ବିଜ୍ଞାପନ ଏବଂ ଫିଲ୍ମରେ ନଜର ଆସୁଛନ୍ତି । ସେ ଅଭିନୟ ବ୍ୟତୀତ କ୍ଲାସିକାଲ ଡ୍ୟାନ୍ସ ପାଇଁ ଖୁବ ପରିଚିତ । ଦେଶ ବିଦେଶରେ ତାଙ୍କର କ୍ଲାସିକାଲ ଡ୍ୟାନ୍ସର ଯାଦୁ ଏବେ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ତାଙ୍କୁ (୨୦୦୩-୨୦୦୯) ରାଜ୍ୟସଭା ସଦସ୍ୟ ରୂପେ ଘୋଷଣା କରିଥିଲେ । ଏହାପରେ ୨୦୦୪ରେ ହେମା ଅଫିସିଆଲ ଭାବେ ବିଜେପି ତରଫରୁ ରାଜ୍ୟସଭାର ସଦସ୍ୟା ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More