Only for Entertainment

ହେମାଳିନୀଙ୍କ ବୟାନ, ମୁଁ ଚାହିଁଲେ ଏକ ମିନିଟରେ ମୁଖ୍ୟମନ୍ତ୍ରୀ ହୋଇପାରିବି ।

India
0 38

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତଥା ଭାଜପା ସାଂସଦ ହେମାମାଳିନୀ ଏକ ରୋଚକ କଥା କହି ଚର୍ଚ୍ଚାର ପରିସରକୁ ଚାଲି ଆସିଛନ୍ତି । ଅଭିନେତ୍ରୀରୁ ରାଜନେତା ପାଲଟିଥିବା ବରିଷ୍ଠ ଅଭିନେତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ଭାଜପା ସାଂସଦ ହେମାମାଳିନୀ କହିଛନ୍ତି ଯଦି ସେ ଚାହିଁବେ ଯଦି କୌଣସି ବି ସମୟରେ ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟ ରହିଥିବାରୁ ସେ ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି ।


ସୁଯୋଗ ଦିଆଗଲେ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ଏକ ପ୍ରଶ୍ନ ପଚରାଯିବାରୁ ସେ ଉତ୍ତରରେ କହିଛନ୍ତି ତାଙ୍କର ବଲିଉଡ୍ କ୍ୟାରିୟରକୁ ଦେଖି ସାଂସଦ ପଦ ମିଳିଥିଲା । ଇଛା କଲେ ଗୋଟିଏ ମିନିଟରେ ସେ ମୁଖ୍ୟମନ୍ତ୍ରୀ ହୋଇଯିବେ ସିନା ସ୍ୱାଧୀନତା ହରାଇ ବସିବେ । ତେଣୁ ସେ ଶିକୁଳିରେ ବାନ୍ଧି ହେବାକୁ ଚାହାଁନ୍ତି ନାହିଁ । ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଏବେ ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More