Only for Entertainment

ପୁଣିଥରେ ଧମାଲ ମଚାଇବାକୁ ଆସୁଛି ଅକ୍ଷୟ କୁମାର,ସୁନିଲ ସେଟ୍ଟୀ ଏବଂ ପରେଶ ରାୱଲଙ୍କ ‘ହେରା ଫେରୀ’ ।

bollywood tadka
0 50

ବଲିଉଡ ଅଭିନେତା ଅକ୍ଷୟ କୁମାର,ସୁନିଲ ସେଟ୍ଟୀ ଏବଂ ପରେଶ ରାୱଲଙ୍କ ତ୍ରିକୋଣ ଯୋଡ଼ି ପୁଣିଥରେ ଆପଣଙ୍କୁ ହସାଇବାକୁ ଆସୁଛନ୍ତି । ବହୁ ଦିନ ଧରି ଲୋକମାନେ ଏହି ଫିଲ୍ମକୁ ଅପେକ୍ଷା କରିଥଲେ ।

 

hera pheri 2
ଏବେ ଫିଲ୍ମର ଷ୍ଟାରକାଷ୍ଟ ଫାଇନାଲ ସରିଛି । ପୁଣିଥରେ ନିର୍ମାତା ଏହାକୁ ଭିନ୍ନ ଭାବରେ ଉପସ୍ଥପନା କରିବାକୁ ଯାଉଛନ୍ତି । ପୁଣିଥରେ ସେହି ଅନୁଭବକୁ ଫେରାଇବା ପାଇଁ ଏହି ତ୍ରିକୋଣ ଯୋଡ଼ି ସାଇନ କରିଛନ୍ତି । ଏକ ଖବର ଅନୁସାରେ ଅଭିଷେକ ବଚ୍ଚନ ଏବଂ ଜନ ଅବ୍ରାହିମଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଏହି ସିଡ୍ୟୁଲ ସହିତ ସମୟର ତାଳମେଳ ନ ରହିବାରୁ ସେମାନେ ଏହି ପ୍ରକଳ୍ପ ଠାରୁ ନିଜକୁ ଦୂରେଇ ଦେଇଛନ୍ତି । ଯଦିଓ ଏହି ଦୋସ୍ତାନାଙ୍କ ଯୋଡ଼ି ଖୁ ବ କମାଲ ତଥାପି ଫିଲ୍ମରେ ଅକ୍ଷୟ ଏବଂ ସୁନିଲଙ୍କର ଖୁବ ଆବଶ୍ୟକତା ରହିଛି । ତେଣୁ ଦୁଇଜଣ ଫିଲ୍ମରେ ଯୋଡ଼ି ହୋଇ ଯାଇଛନ୍ତି ।
ଫିଲ୍ମକୁ ନିର୍ଦ୍ଦେଶନା ଦେବେ ଇନ୍ଦ୍ର କୁମାର । ମସ୍ତୀ ଏବଂ ଧମାଲ ମଧ୍ୟ ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିଲା । ଏହାର ପ୍ରଥମ ଦୁଇଟି ଭର୍ସନ ଦର୍ଷକଙ୍କ ହୃଦୟକୁ ଜିତି ପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More