ପୁଣି ପରଦାକୁ ଫେରିବେ ଏହି ତିନି କଳାକାର ।
୨୦୦୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ହେରା ଫେରି ଲୋକଙ୍କୁ ଏତେ ହସାଇଥିଲାଯେ ଆଜି ମଧ୍ୟ କୌଣସି ଚ୍ୟାନେଲରେ ଫିଲ୍ମଟି ଦେବାମାତ୍ରେ ଘରର ସମସ୍ତ କାମ ଛାଡ଼ି ଦର୍ଶକ ବସିଯାଆନ୍ତି ଟେଲିଭିଜନ ସାମ୍ନାରେ । ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ ଅଭିନେତା ସୁନୀଲ ସେଟ୍ଟୀ ‘ହେରା ଫେରି ୩’ ସିନେମାକୁ ନେଇ ଖୁବ୍ ଉତ୍ସାହ ଥିବା କଥା କହିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଏହି ସିନେମାର କାମ ଆରମ୍ଭ ହେବ। ସୁନୀଲ ସେଟ୍ଟୀଙ୍କ କହିବାନୁସାରେ, ଏହି ସିନେମାକୁ ନେଇ ବହୁ ବିଚାର ବିମର୍ଷ କରାଯାଉଛି। ପ୍ରିୟଦର୍ଶନ ସହିତ ‘ହେରା ଫେରି ୩’ କୁ ନେଇ ଆଲୋଚନା ଜାରି ରହିଛି। ପ୍ରଥମ ‘ହେରା ଫେରି’ ସିନେମାରେ ତାଙ୍କୁ ମଜା ଆସିଥିଲା। କିନ୍ତୁ ଦ୍ୱିତୀୟଟି ସେମିତି କିଛି ଖାସ୍ ନଥିଲା।
ପ୍ରିୟଦର୍ଶନ ଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ‘ହେରା ଫେରି ସିନେମା’ ୨୦୦୦ରେ ରିଲିଜ ହୋଇଥିଲା, ଯେଉଁଥିରେ ସୁନୀଲଙ୍କ ସହିତ ପରେଶ ରାଓ୍ଵଲ ଓ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ। ଏହାପରେ ତିନିଜଣ ପୁଣିଥରେ ୨୦୦୬ରେ ‘ଫିର ହେରା ଫେରି’ରେ ନଜର ଆସିଥିଲେ। ଯାହାର ନିର୍ଦ୍ଦେଶନା ନିରଜ ବୋରା କରିଥିଲେ। ସେଟ୍ଟୀ ଶେଷ ଥର ୨୦୧୭ରେ ଆସିଥିବା ସିନେମା ‘ ଏ ଜେଣ୍ଟେଲମ୍ୟାନ୍’ରେ ନଜର ଆସିଥିଲେ।