Only for Entertainment

ନିଆରା ମନ୍ଦିର : ପଣ୍ଡିତ ନୁହେଁ, ଏଠାରେ ୧୫ବର୍ଷ ଧରି ଶିବଙ୍କ ପୂଜା କରୁଛି ଏକ ସାପ

panjabkeshri.in
0 37

ଭାରତରେ ଅନେକ ଭିନ୍ନ ମନ୍ଦିର ନିଜ ପରମ୍ପରାକୁ ନେଇ ଖ୍ୟାତି ବିସ୍ତାର କରିଛି । କିଛି ମନ୍ଦିର ତ ଭଗବାନଙ୍କୁ ଆରାଧନା କରିବା ଲାଗି ଭିନ୍ନ ଭିନ୍ନ ପ୍ରକ୍ରିୟା ଆପଣା ଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦରି ବିଷୟରେ କହିବୁ ଯେଉଁଠି ଶିବ ଲିଙ୍ଗକୁ କୌଣସି ପଣ୍ଡିତ ନୁହେଁ ବରଂ କିଛି ସାପ ଆସି ପୂଜା କରିଥାଆନ୍ତି । ଏହି ମନ୍ଦିରର ଏଭଳି ରୋମାଂଚ ଭରା କାରଣ ଯୋଗୁଁ ଶିବରାତ୍ରୀରେ ଅନେକ ଯାତ୍ରୀ ମଥା ନୁଆଇଁବା ଲାଗି ଆସିଥାଆନ୍ତି । ଅନ୍ୟ ଦିନ ଗୁଡିକରେ ମଧ୍ୟ ଏଠାରେ ଭକ୍ତଙ୍କ ଭିଡ ଲାଗି ରହିଥାଏ । ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ କିଛି ନିଆରା କଥା ।shiv temple-1

ଉତ୍ତରପ୍ରଦେଶ ଆଗ୍ରା ନିକଟସ୍ଥ ଗ୍ରାମ ସଲେମାବାଦରେ ଏକ ପୁରାତନ ମନ୍ଦିର ରହିଛି । ଯେଉଁଠାରେ ଶିବ ଲିଙ୍ଗକୁ ପୂଜା କରିବା ଲାଗି ଏକ ୧୫ବର୍ଷ ଧରି ମନ୍ଦିରକୁ ଆସୁଛି । ଏହି ନାଗ ସାପ ପ୍ରତିଦିନ ମନ୍ଦିରରେ ପାଖାପାଖି ୫ଘଂଟା ଧରି ଅଟକି ଭଗବାନଙ୍କ ପୂଜା କରୁଛି । ବୈଜ୍ଞାନିକ ମଧ୍ୟ ଏହି ଘଟଣା ସମ୍ବନ୍ଧରେ କୌଣସି ଟେର ପାଇ ପାରୁନାହାନ୍ତି ।

ଏହି ନାଗ ପାଖାପାଖି ସକାଳ ୧୦ଟାରେ ଆସି ମଧ୍ୟାହ୍ନ ୩ଟାରେ ଫେରି ଯାଇଥାଏ । ଲୋକମାନେ ଏହି ମନ୍ଦିରକୁ ଏବଂ ନାଗକୁ ଦର୍ଶନ କରିବା ଲାଗି ଭିଡ ଜମାଇ ଥାଆନ୍ତି । ଶ୍ରଦ୍ଦାଳୁ ମାନଙ୍କ ମଧ୍ୟରେ ଏହି ସାପ ଲାଗି କୌଣସି ଭୟ ଦେଖିବାକୁ ମିଳେନାହିଁ କାରଣ ଏହି ସାପ ଆଜି ପର୍ଯ୍ୟନ୍ତ କାହାର କୌଣସି ଅନିଷ୍ଟ କରିନାହିଁ । ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିରରେ ଆରାଧନା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଏହି କାରଣରୁ ହିଁ ବହୁ ଦୂର ଦୂରାନ୍ତରୁ ଏଠାକୁ ଶ୍ରଦ୍ଦାଳୁ ମାନେ ଶିବଙ୍କୁ ଦର୍ଶନ କରିବା ଲାଗି ଆସିଥାଆନ୍ତି ।

ମାତ୍ର ଏହି ମନ୍ଦିରରେ ନାଗ ଦେବତାଙ୍କ ପ୍ରବେଶ ପରେ ଦ୍ୱାର ବନ୍ଦ କରାଯାଇଥାଏ କିନ୍ତୁ ଏହାପରେ ମଧ୍ୟ ଶ୍ରଦ୍ଦାଳୁ ମାନେ ନାଗଙ୍କ ଦର୍ଶନ ଲାଗି ମନ୍ଦିର ବାହାରେ ଛିଡା ହୋଇ ଅପେକ୍ଷା କରିଥାଆନ୍ତି । ନାଗ ସାପ ବାହାରକୁ ଆସିବା ପରେ ଲୋକ ମାନଙ୍କୁ ଶିବଙ୍କ ଦର୍ଶନ କରିବା ସୁଯୋଗ ମିଳିଥାଏ । ଏହାପୂର୍ବରୁ ଦ୍ୱାର ବନ୍ଦ ରଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More