Only for Entertainment

ଶୀତ ଦିନେ ଏହି କାରଣ ପାଇଁ ବଢିଥାଏ ଓଜନ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

google
23

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍‌ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ ବଢ଼ିବାର କାରଣ ଏବଂ ଏହାକୁ ରୋକିବାର ଉପାୟ ।

ଓଜନ ବଢ଼ିବାର କାରଣ

  • ଶୀତ ଦିନେ ଅଧିକ ଥଣ୍ଡା ହେଉଥିବାରୁ ଲୋକମାନେ ବାହାରକୁ ବାହାରନ୍ତି ନାହିଁ । ସକାଳ ସମୟରେ ସେମାନେ କରୁଥିବା ବ୍ୟାୟାମ ବନ୍ଦ ହୋଇ ଯାଉଥିବାରୁ ଓଜନ ଧିରେ ଧିରେ ବଢ଼ିବାକୁ ଲାଗିଥାଏ ।
  • ଶୀତ ଦିନେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି । ଯାହା ପାଇଁ ଓଜନ ବଢ଼ିଥାଏ ।
  • ଖରା ଦିନ ଅପେକ୍ଷା ଶୀତ ଦିନେ ଲୋକମାନେ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ୱାରା ଓଜନ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ଓଜନକୁ ନିୟନ୍ତ୍ରଣ କରିବାର ଉପାୟ

  • ଶୀତ ଦିନେ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ।
  • ଓଜନକୁ ନିୟନ୍ତ୍ରଣ କରି ରଖିବା ପାଇଁ ଆପଣମାନେ କାର୍ଡ଼ିଓ ଏକ୍ସରସାଇଜ୍‌ କରିପାରିବେ ।
  • ଓଜନ ନିୟନ୍ତ୍ରଣ କରି ରଖିବା ପାଇଁ ଫଳ ଏବଂ ସବୁଜ ପନିପରିବା ଖାଇବା ଆରମ୍ଭ କରନ୍ତୁ ।
  • ଖାଇବା ସହ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More