Only for Entertainment

କେରଳକୁ ସାହାଯ୍ୟର ହାତ ବଢାଇଲା ତାମିଲନାଡୁ ବିଲୁପୁରମର ଅନୁପ୍ରିୟା, ପିଗି ବ୍ୟାଙ୍କ ଭାଙ୍ଗି ଦାନ କଲା ୯ ହଜାର ଟଙ୍କା !

DNA
0 44

ଛୋଟ ଝିଅର ବଡ ହୃଦୟ । କେରଳ ବନ୍ୟା ପୀଡିତ ମାନଙ୍କୁ ସାହାଯ୍ୟର ହାତ ବଢେଇଲା ଏକ କୁନି ଝିଅ । ସାଇକେଲ କିଣିବା ପାଇଁ ସଂଚୟ କରି ରଖିଥିଲା ଟଙ୍କା । ହେଲେ କେରଳ ବାସୀଙ୍କୁ ସାହାଯ୍ୟର ହାତ ବଢାଇ ଏବେ ଚର୍ଚ୍ଚାରେ ଆସିଛି ତାମିଲନାଡୁ ବିଲ୍ୁପୁରମର ଅନୁପ୍ରିୟା । ଏତେ କମ ବୟସରେ ଲୋକଙ୍କ ପାଇଁ କିଛି କରିବା ମନୋବୃତ୍ତି ଆଜି ଅନୁପ୍ରିୟାକୁ କରିପାରିଛି ପପୁଲାର ।

ସେ ୯ ହଜାର ଟଙ୍କା ବନ୍ୟା ପିଡିତଙ୍କୁ ଦାନ କରିଛି । ସୂଚନା ଅନୁସାରେ କେରଳର ସ୍ଥିତି ସଂଗୀନ ହେବା ଯୋଗୁଁ କେରଳ ବନ୍ୟାରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମନ ବଳାଇଥିଲେ ଏହି ହୃଦୟମତି ଝିଅ । ବିଗତ ୪ ବର୍ଷ ହେଲାଣି ପିଗି ବ୍ୟାଙ୍କରେ ଟଙ୍କା ସଂଚୟ କରିଆସୁଥିଲା ଅନୁପ୍ରିୟା । ସ୍ୱପ୍ନ ଥିଲା ହିରୋ ସାଇକେଲ ଟେ କିଣିବ । ହେଲେ କେରଳର ଏହି ଦୁଃଖଦ ପରିସ୍ଥିତିକୁ ଦେଖିବା କ୍ଷଣି ନିଜ ସ୍ୱପ୍ନକୁ ବି ପଛରେ ପକାଇବାକୁ ପଛଘୁୁଂଚା ଦେଇନଥିଲା ଏହି ଝିଅ ।

ସିଧାସଳଖ ପିଗି ବ୍ୟାଙ୍କ ଭାଙ୍ଗି ତାଥିରେ ସଂଚିତ ଥିବା ୯ ହଜାର ଟଙ୍କା ଦାନ କରିଥିଲା କେରଲ ବାସୀଙ୍କ ନାମରେ । ତାମିଲନାଡୁ ବିଲ୍ୁପୁରମର ଅନୁପ୍ରିୟାଙ୍କ ଏହି ପ୍ରଶଂଶସନୀୟ କାର୍ଯ୍ୟକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ପ୍ରଂଶଶା କରାଯାଉଛି ।ଜଣେ ଟ୍ୱିଟର ୟୁଜରଙ୍କ ପୋଷ୍ଟରୁ ଏହି କଥା ସାମାନାକୁ ଆସିଥିଲା । ସବୁଠାରୁ ଆଶ୍ଚଯ୍ୟକର କଥା ହେଲା ଯେ ଟ୍ୱିଟ ଦେଖିବା ପରେ ହିରୋ ସାଇକେଳ କମ୍ପାନୀ ଅନୁପ୍ରିୟାଙ୍କୁ ଏକ ସାଇକେଲ ଗିଫ୍ଟ କରିବ ବୋଲି ଜଣାପଡିଛି । ହିରୋ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଖୋଦ ଅନୁପ୍ରିୟାଙ୍କୁ ଟ୍ୱିଟରରେ ପ୍ରଶଂଶା କରିବା ସହିତ ତାଙ୍କୁ ସାଇକେଲ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ । ଏବଂ ଅନୁପ୍ରିୟାଙ୍କଏଭଳି କାର୍ଯ୍ୟ ଯୋଗଚଁ ସେ ବହୁତ ଗର୍ବିତ ବୋଲି ମଧ୍ୟ ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More