Only for Entertainment

ଏହି ସମସ୍ୟାରୁ ମୁକ୍ତି ଦିଏ ମନ୍ଦାରଫୁଲ ।

laidbackgardener.blog
75

ମନ୍ଦାର ଫୁଲକୁ ଆମେ ପୂଜା କରିବାରେ ବ୍ୟବହାର କରିଥାଉ। ପ୍ରତି ଘରେ ଘରେ ମନ୍ଦାର ଫୁଲଗଛ ରହିଛି। ମନ୍ଦାର ଫୁଲର ଔଷଧୀୟ ଗୁଣ ରହିଥିବାରୁ ତାହା ଅନେକ ରୋଗରୁ ରକ୍ଷା କରିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମନ୍ଦାର ଫୁଲରେ ଆଣ୍ଟି-ଅକ୍ସିଡାଣ୍ଟ, ଖଣିଜ ଗୁଣ ଓ ଲୌହ ଅଂଶ ରହିଛି। ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ରହିଛି।

ଆର‌୍ୟୁବେଦ ଚିକିତ୍ସକଙ୍କ ଅନୁଯାୟୀ, ମନ୍ଦାର ଫୁଲର ଚା ପିଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହାଦ୍ବାରା ଚର୍ମ କୁଞ୍ଚନ ହୋଇ ନଥାଏ। ଏହା ମୁହଁରେ ଚମକ ଆଣିଥାଏ। ଶରୀରରେ କୌଣସି ଜାଗା​‌ରେ ଘା ହୋଇଥିଲେ ଏହା ଲାଭଦାୟକ ହୋଇଥାଏ।
ଉଚ୍ଚ ରକ୍ତଚାପକୁ ଠିକ୍ କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ଏହା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି ଏବଂ ଖଣିଜ ଦ୍ରବ୍ୟ ପ୍ରଚୁର ପରିମାଣରେ ରହିଥାଏ। ଏହା ଚୁଟି ଉପୁଡିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ପ୍ରାକୃତିକ ଉପାୟରେ ମଧ୍ୟ ତେଲ ପ୍ରସ୍ତୁତ କରାଯାଇଥାଏ ଯାହାକୁ କେଶରେ ଲଗାଇବା ଦ୍ବାରା କେଶ ଘନ ଏବଂ ନରମ ହୋଇଥାଏ। ଏହା କେଶକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ।

ଏହା ଦ୍ବାରା କୋଲେଷ୍ଟ୍ରୋଲ, ମଧୁମେହ, ଉଚ୍ଚ ରକ୍ତଚାପ, ଗଳା ସଂକ୍ରମଣ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ମନ୍ଦାର ଫୁଲକୁ ବାଟି କେଶରେ ଲଗାଇବା ଦ୍ବାରା କେଶର ରଙ୍ଗ ସୁନ୍ଦର ହୋଇଥାଏ। ଏହାର ଚା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ମନ୍ଦାର ଫୁଲର ଚା ଥଣ୍ଡା, ଜ୍ବର ଉପଶମ କରିବାରେ ଲାଭଦାୟକ ହୋଇଥାଏ। ଏହି ଆର‌୍ୟୁବେଦ ଚା ପିଇବା ଦ୍ବାରା ଉଚ୍ଚ ରକ୍ତଚାପକୁ କମ୍ କରାଯାଇପାରିବ ଏବଂ ବଢ଼ିଥିବା କୋଲେଷ୍ଟ୍ରୋଲକୁ ମଧ୍ୟ କମ୍ କରାଯାଇପାରିବ। ମନ୍ଦାର ଫୁଲକୁ ପାଣିରେ ଫୁଟାଇ କେଶରେ ଲଗାଇବା ଦ୍ବାରା କେଶ ଉପୁଡ଼ିବା ସମସ୍ୟା ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More