Only for Entertainment

ଫିଲ୍ମ ସମୀକ୍ଷା: ‘ହିଚକୀ’

you tube
0 49

Ratings

8.2
Awesome
  • IMDB 7.5
  • Times Of India 8.5
  • The Indian Express 8.5

ନିର୍ଦ୍ଦେଶକ- ସିଦ୍ଧାର୍ଥ ପି ମଲହୋତ୍ରା
ଷ୍ଟାର କାଷ୍ଟ- ରାଣୀ  ମୁଖାର୍ଜୀ, ନୀରଜ କବି, ସଚିନ ପିଲଙ୍ଗାୱକର, ସୁପ୍ରିୟା ପିଲଙ୍ଗାୱକର, ହର୍ଷ ମାୟର

ନିର୍ଦ୍ଦେଶକ ସିଦ୍ଧାର୍ଥ ମଲହୋତ୍ରା ୨୦୧୦ରେ ଫିଲ୍ମ ‘ଉଇ ଆର ଫ୍ୟାମିଲି’ରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅର୍ଜୁନ ରାମପାଲ, କରିନା କପୁର ଏବଂ  କାଜୋଲ ମୁଖ୍ୟ  ଭୂମିକାରେ ନଜର ଆସିଥିଲେ । ଏହା ପରେ ଦୀର୍ଘ ୮ ବର୍ଷ ବ୍ୟବଧାନ ପରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହିଚକୀ’ ରିଲିଜ ହୋଇଛି । ତେବେ ରାଣୀଙ୍କ ଏହି ଫିଲ କିପରି ହୋଇଛି ଆସନ୍ତୁ ସମୀକ୍ଷା କରିବା…

କାହାଣୀ-
ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚକୀ’ ରିଲିଜ ହୋଇଛି । ଏହି ଫିଲ୍ମ ଜରିଆରେ ରାଣୀ ପୁଣିଥରେ ଫିଲ୍ମ ଦୁନିଆକୁ ଫେରିଛନ୍ତି । ଏହା ପୂର୍ବରୁ ରାଣୀଙ୍କୁ ଶେଷ ଥର ପାଇଁ ‘ମର୍ଦାନୀ’ରେ ଦେଖିବାକୁ ମିଳିଥିଲା । ଫିଲ୍ମ ‘ହିଚକୀ’ରେ ରାଣୀ ଏକ ସ୍କୁଲ ଟିଚର ଭୂମିକାରେ ନଜର ଆସିଛନ୍ତି ଏବଂ ଫିଲ୍ମରେ ରାଣୀଙ୍କ ନାମ ରହିଛି ନୈନା । ସେ ମୁମ୍ବାଇରେ ରୁହନ୍ତି । ସେ ଟିଚର ହେବା ପାଇଁ ଚାହେଁ । ନୈନାଙ୍କୁ ଟରେଟ ସିନଡ୍ରମସ କାରଣକୁ ହିକ୍କା ହୋଇଥାଏ ଏବଂ ଏଥିପାଇଁ ସେ ରହି ରହି କଥା କହିଥାଏ । ଯାହା ଫଳରେ ତାକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି ।

hich

ହାର ନମାନି ଏବଂ ଅନେକ ଅସୁବିଧାକୁ ସାମ୍ନା କରି ନୈନା ଜବ ପାଇଁ ଇଣ୍ଟରଭ୍ୟୁ ଦେବାପାଇଁ ଯାଇଥାଏ । ଏହାପରେ ନୈନାକୁ ଏକ ସ୍କୁଲରେ ଜବ ମିଳିଯାଏ । କିନ୍ତୁ ସ୍କୁଲରେ ପିଲାମାନେ ତାକୁ ଖୁବ ହଇରାଣ କରନ୍ତି । ଏହାପରେ ମଧ୍ୟ ସେ ହାର ମାନେ ନାହିଁ । ସ୍କୁଲରେ କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ପଡିଛି ନୈନାକୁ । ନୈନା ସ୍କୁଲ ଛାଡି ଯାଉଛି ନା ପିଲାମାନେ ସୁଧୁରି ଯାଉଛନ୍ତି? ତାହାକୁ ଦେଖିବା ପାଇଁ ଆପଣଙ୍କୁ ଫିଲ୍ମ ହଲକୁ ଯିବାକୁ ପଡିବ । ଫିଲ୍ମ  ଏପରି ଏକ ବିଷୟକୁ ନେଇ ନିର୍ମାଣ କରାଯାଇଛି ଯାହା ସହିତ କୌଣସି ସାଧାରଣ ଲୋକ ନିଜ ଭାବନାକୁ ସହଜରେ ଯୋଡି ପରିବେ ।

ଫିଲ୍ମର କାହାଣୀ ଠିକ ଠାକ ରହିଥିବା ବେଳେ ଡିରେକ୍ସନ  ଖୁବ ଭଲ ହୋଇଛି । ଫିଲ୍ମର ଏଡିଟିଙ୍ଗ, ସିନେମାଟୋଗ୍ରାଫି ଏବଂ ଲୋକେସନ ଖୁବ ଭଲ ହୋଇଛି ।  ଏହା ସହିତ ଫିଲ୍ମରେ ସୁପ୍ରିୟା ପିଲଗାୱକର, ସଚିନ, ନିରଜ ଖୁବ ଭଲ ଅଭିନୟ କରିଛନ୍ତି । ଫିଲ୍ମରେ ନଜର ଆସିଥିବା ସବୁ ଶିଶୁ କଳାକାର ସୁନ୍ଦର ଅଭିନୟ କରିଛନ୍ତି ।

 

ଫିଲ୍ମରେ ସଙ୍ଗୀତ ମଧ୍ୟ ଭଲ ହୋଇଛି । ଏହି ଫିଲ୍ମ ୟୁ ସାଟିଁଫିକେଟ ସହିତ ରିଲିଜ ହୋଇଛି । ଏହାକୁ ସବୁ ବର୍ଗର ଲୋକେ ଦେଖିପାରିବେ । କିନ୍ତୁ ଫିଲ୍ମରେ ସ୍କ୍ରିନ ପ୍ଲେ ଆହୁରି ଭଲ ହୋଇ ପାରିଥାନ୍ତା ।

ଫିଲ୍ମର ମୋଟ ବଜେଟ ୨୦ କୋଟି ହୋଇଥିବା ବେଳେ ଫିଲ୍ମରେ ୧୨ କୋଟି ଏବଂ ଫିଲ୍ମର ମାର୍କେଟିଙ୍ଗ ଏବଂ ପ୍ରମୋଶନରେ ୮ କୋଟି ଖର୍ଚ୍ଚ ହୋଇଛି । ବର୍ତ୍ତମାନ ଦେଖିବାକୁ ବାକି ରୁହିଲା ଏହି ଫିଲ୍ମ ପ୍ରଥମ ସପ୍ତାହରେ କେତେ ଆୟ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More