Only for Entertainment

ସିନେ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଫିଲ୍ମ ୫୩୪ କୋଟି ବଜେଟର ୨.୦

youtube
32

ଟୁ ପଏଂଟ ଜିରୋ ସିନେମା ଦୁନିଆର ଏପର୍ଯ୍ୟନ୍ତ ସବୁଠୁ ଦାମୀ ଫିଲ୍ମ ଭାବେ ନିଜ ନୂଆ ସ୍ଥାନ ବନାଇଛି । ୫୩୪କୋଟି ବଜେଟ୍ରେ ପ୍ରସ୍ତୁତ ହୋଇଛି ୨.୦ । ଏଥିରେ ରଜନୀକାନ୍ତ, ଅକ୍ଷୟ କୁମାର୍ଙ୍କ ବ୍ୟତୀତ ଏମି ଜ୍ୟାକ୍ସନ୍, ସୁଧାଂଶୁ ପାଣ୍ଡେ, ଅଦିଲ୍ ହୁସୈନ୍, ରିୟାଜ୍ ଖାନ୍ ଆଦି କଳାକାର । ଏ.ଶୁଭାକରଣଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏସ୍ ଶଙ୍କର । ସିନେମା ଦୁନିଆର ଏକ ମାଇଲଷ୍ଟୋନ ତିଆରି କରିବା ପାଇଁ ପ୍ରଡକ୍ସନ ହାଉସ ସମସ୍ତ ପ୍ରକାରର କସରତ କରିଛି । ହିନ୍ଦୀ,ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମକୁ ରିଲିଜ ହୋଇଥିବା ଫିଲ୍ମ ପ୍ରଥମ ଦିନରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିପାରିଛି ।

ଏହି ହାଇବଜେଟ ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବା ପାଇଁ ବିଭିନ୍ନ ହଲରେ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।କିଏ ରଜନୀକାନ୍ତଙ୍କ ଅଭିନୟ ପାଇଁ କି ତ ପୁଣି କିଏ ପ୍ରଥମ ଥର ଅକ୍ଷୟଙ୍କ ଭିଲିଆନ ରୋଲ ଦେଖିବା ପାଇଁ ଆଗହ ପ୍ରକାଶ କରି ହଲମୁହାଁ ହୋଇଛନ୍ତି ।ଅନ୍ୟପଟେ ସିନେ ସମୀକ୍ଷକଙ୍କ ମତରେ ଫିଲ୍ମ ୨,୦ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ରେର୍କଡ ଭାଙ୍ଗିବା ସମ୍ଭାବନା ବେଶ ଅଧିକ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More