Only for Entertainment

‘ଗୋଲମାଲ ଅଗେନ’ରିଲିଜକୁ ଦୁଇ ବର୍ଷ ପୂରିଲା, ଟ୍ୱିଟରରେ ଦେଖିବାକୁ ମିଳିଲା କଳାକାରଙ୍କ ମଜାଦାର ଟ୍ୱିଟ !

25

୨୦୧୭ରେ ରିଲିଜ ହୋଇଥିବା ‘ଗୋଲମାଲ ଅଗେନ’ ରିଲିଜ ହେବାର ୨୦ଅକ୍ଟୋବରରେ ୨ବର୍ଷ ପୂରଣ ହୋଇଛି । ଫିଲ୍ମରେ ‘ଅଜୟ ଦେବଗନ, ତବୁ, ପରିଣିତି ଚୋପ୍ରା, ଅରଶଦ ବାରସୀ, ତୁଷାର କପୂର, ଶ୍ରେୟସ ତଲପଡେ ଏବଂ କୁଣାଳ ଖେମୁ ଭଳି ଅଭିନେତା ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଫିଲ୍ମରେ ଫ୍ଲଟ, ରୋମାନ୍ସ, କାର ଗୁଡିକ ଉଡିବା ଏବଂ ବନ୍ଧୁତା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମକୁ ୨ବର୍ଷ ପୂରିବା ପରେ ଏହାର ଷ୍ଟାରକାଷ୍ଟ ମଧ୍ୟରେ ଟ୍ୱିଟରରେ ମଜାଦାର କଥାବାର୍ତ୍ତା ହୋଇଛନ୍ତି ଯାହା ଫ୍ୟାନ୍ସଙ୍କ ପାଇଁ ଟ୍ୱିଟ ଠାରୁ କିଛି କମ ନୁହେଁ ।

ନିଜ ଚରିତ୍ର ଗୋପାଳକୁ ମନେ ପକାଇ ଅଜୟ ଦେବଗନ ଟ୍ୱିଟ କରିଥିଲେ ଯେ ‘କିସନେ ମୁଝେ ଫିରସେ ଉଙ୍ଗଲୀ ଦିଖାଇ?’ ୨ବର୍ଷ ପୂରିଗଲା ତଥାପି ତୁମେମାନେ ଶିଖିଲ ନାହିଁ ? ଅଜୟଙ୍କ ଟ୍ୱିଟରେ ଅରଶଦ ନିଜ ଜବାବରେ ଲେଖିଛନ୍ତି ଯେ ‘ସେ ମୁଁ ନଥିଲି , ତା’ର ଅର୍ଥ ନୁହେଁ କି ମୁଁ ତତେ ଭୟ କରୁଛି ଗୋପୁ !’

ଦୁହିଁଙ୍କୁ ଜଏନ କରି ଶ୍ରେୟସ ନିଜ ଜବାବରେ ଲେଖିଥିଲେ ଯେ ‘ଭା, ଆପ ଇସ ଲୋ ଲୋ ଲୋଗୋଁ ପେ ଟାଇମ ୱେଷ୍ଟ ମତ କରୋ ! ୨ ସାଲ କ୍ୟା ୟେ ଲୋକ କଭି ନେହିଁ ସୁଧରେଙ୍ଗେ ।

ନିଜ ଚରିତ୍ରର ଲକି ଭଳି ତୁଷାର କହିଛନ୍ତି ଯେ ‘ଏଏ ଆୟା ଓଓ, ଏଏୟେ ଦୋ ଆ । ଏହା ପରେ କୁଣାଳ ଖେମୁ ମଜାଦାର କବିତା ଶେୟାର କରିଛନ୍ତି । ସେ ଲେଖିଛନ୍ତି ସବୁ ପ୍ରଶ୍ନ ଉତ୍ତର ନଥାଏ, ସବୁ ମୂଷା ଜେରୀ ଏବଂ ସବୁ ବିଲେଇ ଟମ ହୋଇ ନଥାଏ ଏବଂ ସବୁବେଳେ ଆଙ୍ଗୁଠି ଦେଖାଉଥିବା ଲୋକ ସହ ବନ୍ଧୁତା ହୋଇନଥାଏ ।

ଏହାପରେ ପରିଣିତି ଯିଏ ଫିଲ୍ମରେ ଖୁସି ଭୂମିକା ତୁଲାଇଥିଲେ ସେ ରିଟ୍ୱିଟ କରି ଲେଖିଛନ୍ତି ଯେ କିଛି ବି କୁହ କିନ୍ତୁ ୨ବର୍ଷ ପୂର୍ବେ ତୁମ ମାନଙ୍କୁ ମୁଁ ହିଁ ଡରାଇଥିଲି ।

ଏଠାରେ ଆମେ କହି ରଖୁଛୁ ଯେ ଗୋଲମାଲ ସିରିଜକୁ ବଲିଉଡର ସବୁଠାରୁ ବଡ ସଫଳ ଫ୍ରାଂଚାଇଜ ଅଟେ । ୨୦୧୭ରେ ରିଲିଜ ହୋଇଥିବା ‘ଗୋଲମାଲ ଅଗେନ’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ ଏବଂ ଏହା ବକ୍ସ ଅଫିସରେ ୨୦୦କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More