Only for Entertainment

ଗୋଟିଏ ମାସରେ ୫ଟି ଗୋଲ୍ଡ ମେଡାଲ ଜିତିଥିବା ହିମା ଦାସଙ୍କୁ ନେଇ ଏହି ଖାସ କଥା କହିଲେ ଅଭିତାଭ ବଚ୍ଚନ

latestly
33

ଭାରତର ଯୁବ ଆଥଲେଟ ହିମା ଦାସ ଏକ ମାସରେ ୫ଟି ଗୋଲ୍ଡ ମେଡାଲ ଜିତି ପୂରା ଦୁନିଆରେ ଦେଶର ନାମକୁ ଉଚ୍ଚକୁ ନେଇଛନ୍ତି । ହିମା ଚେକଗଣରାଜ୍ୟର ନୋବେ ମେଷ୍ଟୋ ନାଡ ମେଟୁଜୀ ଗ୍ରାଁ ପ୍ରିର ୪୦୦ ମିଟର ମହିଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ସହିତ ହିମାଙ୍କ ଭାରତର ନୂଆ ଉଡାଣ ପରୀ ଭାବେ ଲୋକେ ସମ୍ବୋଧନ କରିବାରେ ଲାଗିଛନ୍ତି ।

ହିମାଙ୍କ ଏହି ବିଜୟ ପାଇଁ ତାଙ୍କୁ ପୂରା ଦେଶ ଏବଂ ଦୁନିଆରୁ ଶୁଭେଚ୍ଛାର ସୁଅ ଛୁଟିଛି । ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟ କରି ହିମାଙ୍କ ବିଜୟ ପାଇଁ ଶୁଭକାମନା ଜଣାଇଛନ୍ତି ।

ବିଗ ବି ଟ୍ୱିଟ କରି ଲେଖିଛନ୍ତି, ‘ଶୁଭେଚ୍ଛା ଶୁଭେଚ୍ଛା ଶୁଭେଚ୍ଛା…ଜୟ ହିନ୍ଦ…ହିମା ଦାସ ଜୀ ଆମେ ଆପଣଙ୍କ ଉପରେ ଗର୍ବ ଅନୁଭବ କରୁଛୁ । ଆପଣ ଭାରତର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଛନ୍ତି ।’ ଏହା ସହିତ ସେ ଭାରତୀୟ ତ୍ରୀରଙ୍ଗା ଏବଂ ତାଳିର ଇମେଜୀ ସେୟାର କରିଛନ୍ତି ।

କହିରଖୁଛୁ ଯେ, ହିମା ଟ୍ୱିଟ କରି ୪୦୦ ମିଟରରେ ଦୌଡରେ ମିଳିଥିବା ବିଜୟ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ଲୋକେ ଅନେକ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More