Only for Entertainment

ମେଁ ଜାହାଁ ରହୁଁ: ହିମେଶ ରେଶମିଆଙ୍କ ଆଗାମୀ ଫିଲ୍ମ ଫର୍ଷ୍ଟ ଲୁକ ଜାରି !

31

ହିମେଶ୍ ରେଶମିଆ ବଲିଉଡର ଅଲରାଉଣ୍ଡର ଅଟନ୍ତି ।। ନିଜ ସଙ୍ଗୀତରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ନାଁ କମାଇଛନ୍ତି । ଏହାବ୍ୟତୀତ ସେ ଫିଲ୍ମ ନିର୍ମାଣ, ନିର୍ଦ୍ଦେଶନା ଓ ଅଭିନୟ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି। ହେଲେ ଯେତେ ସଫଳତା ସେ ସଙ୍ଗୀତ କ୍ଷେତ୍ରରେ  ପାଇପାରିଛନ୍ତି, ଅଭିନୟ କ୍ଷେତ୍ରରେ ତାହା ପାଇପାରି ନାହାନ୍ତି। ଏଥିରେ କିନ୍ତୁ ହାର ନ ମାନି ହିମେଶ୍ ପୁଣିଥରେ ଅଭିନୟରେ କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ହିମେଶ୍‌ଙ୍କ ଆଗାମୀ ଫିଲ୍ମ ‘ମୈଁ ଜାହାଁ ରହୁଁ’ ଆସୁଛି। ତେବେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ସାମନାକୁ ଆସିଯାଇଛି।

ହିମେଶ୍ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ପ୍ରଥମ ଲୁକ୍‌ ଜାରି କରିଛନ୍ତି। ଏଥିରେ ହିମେଶ୍‌ ରେଶମିଆ ଟ୍ରଲି ବ୍ୟାଗ୍‌ ଧରି କେଉଁଠିକୁ ଯାଉଥିବା ଦେଖିବାକୁ ମିଳିଛି। ଫିଲ୍ମର ରିଲିଜ୍‌ ଡେଟ୍‌ ଏ ଯାଏଁ ଘୋଷଣା ହୋଇନାହିଁ। କିନ୍ତୁ ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବ।  ଏହାର ସୁଟିଂ ଚଳିତ ବର୍ଷ ଡିସେମ୍ବର ୨୭ରୁ ଆରମ୍ଭ ହେବ। ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ଆକ୍ଟିଂ ୱାର୍କଶପ୍‌ ଚାଲିଛି। ଫିଲ୍ମର ନିର୍ଦ୍ଦେଶନା ଦେବେ ରାଜେଶ୍ ସେଟ୍ଟୀ । ରାଜେଶ ପୂର୍ବରୁ ୟଶ୍ ଚୋପ୍ରାଙ୍କ ସହ କାମ କରିସାରିଛନ୍ତି। ଫିଲ୍ମରେ ଜାଭେଦ୍‌ ଅଖତର ମଧ୍ୟ ସାମିଲ ଅଛନ୍ତି। ଦୁହେଁ ଅନେକ ଦିନ ପରେ ଏକାଠି କାମ କରିବାକୁ ଯାଉଛନ୍ତି। ଶେଷଥର ପାଇଁ  ‘ନମସ୍ତେ ଲଣ୍ଡନ୍‌’ରେ ଉଭୟ ଏକାଠି କାମ କରିଥିଲେ। ଏହି ଫିଲ୍ମରେ ମୋଟ୍‌ ୭ଟି ଗୀତ ରହିବ । ଯାହାର ରେକର୍ଡ଼ିଂ ପୂର୍ବରୁ ସରିଗଲାଣି।

ଖବର ମୁତାବକ, ହିମେଶଙ୍କ ପାଖରେ ଏହି ଫିଲ୍ମ ବ୍ୟତୀତ ଆହୁରି ଅନେକ ପ୍ରୋଜେକ୍ଟ ରହିଛି। ନିକଟରେ ତାଙ୍କୁ ଭାରତୀୟ ସେନାବାହିନୀର ବୀର ଜବାନ୍‌ ବିଷ୍ଣୁ ଶ୍ରେଷ୍ଠ୍‌ଙ୍କ ବାୟୋପିକ୍‌ ପାଇଁ ଅନୁମତି ମିଳିସାରିଛି। ଜଣାଇ ଦେବାକୁ ଚାହୁଁ ଯେ ବିଷ୍ଣୁ ୨୦୧୦ରେ ମୋର୍ଯ୍ୟ ଏକ୍ସପ୍ରେସ୍‌ରେ ୪୦ ଜଣ ଲୁଟେରାଙ୍କୁ ଏକୁଟିଆ ମୁକାବିଲା କରିଥିଲେ ଓ ସେମାନଙ୍କୁ ଧୂଳି ଚଟାଇଥିଲେ। ତେବେ ଏହି ଘଟଣାକୁ ହିମେଶ ପରଦାରେ ଦେଖାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ପୂର୍ବରୁ ହିମେଶ୍ ‘ଆପ୍‌କା ସୁରୁର୍‌’, ‘କର୍ଜ’ ଓ ‘ଖିଲାଡ଼ି ୭୮୬’ ପରି ଫିଲ୍ମରେ କାମ କରିସାରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More