ମେଲୋଡିୟସ ଗାୟକ ହିମେଶ ରେସମିୟା ଅନେକଦିନର ବ୍ୟବଧାନ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି । ସେ ଖୁବଶୀଘ୍ର ହାପି, ହାର୍ଦି ଆଣ୍ଡ ହିର ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଏହି ଫିଲ୍ମର ଏକ ସୁନ୍ଦର ଟାଇଟଲ ଟ୍ରାକ୍ ରିଲିଜ ହୋଇଛି । ଏହି ଫିଲ୍ମରେ ନିଜେ ହିମେଶ, ଦିପ୍ସିକା ଦେଶମୁଖ ଏବଂ ସବିତା ମାନକ୍ଚାନ୍ଦ ପ୍ରଯୋଜନା ଭାର ତୁଲାଇଛନ୍ତି । ତେବେ ଫିଲ୍ମଟି ସ୍କଟଲ୍ୟାଣ୍ଡ, ଗ୍ଲାସଗୋ ଓ ବିଭିନ୍ନ ବିଦେଶରେ ସୁଟ୍ ହେବ ବୋଲି ସୂଚନା ମିଳିଛି ।
ଗୀତଟିକୁ ନେଇ ହିମେଶ କହିଛନ୍ତି ଯେ, ଏହାର ଷ୍ଟୁଡିଓ ଭର୍ସନ ନୂଆ ଲୁକରେ ପ୍ରସ୍ତୁତ କରାଯିବ । ଗୀତଟି ତାଙ୍କ ହୃଦୟ ସହିତ ଯୋଡି ହୋଇଥିବାର ଅନୁଭବ କରୁଛନ୍ତି ।
Himesh Reshammiya and @soniamaan01 weave the magic of love with their song #HeerTuMeri, from their upcoming rom-com #HappyHardyAndHeer!
SONG OUT NOW https://t.co/rosRGmbnHD
Created by #HimeshReshammiya, the track is co-sung by @AnushaManiMusic.— Tips Films & Music (@tipsofficial) August 7, 2019
ତେବେ ଏହି ଗୀତଟି ବର୍ଷର ସବୁଠାରୁ ମଜାଦାର ରୋମାଂଟିକ ଗୀତ ହେବ ଅନୁମାନ କରିଛନ୍ତି ହିମେଶ । ଶେଷଥର ‘ହୁକାବାର’ ଗୀତଭଳି ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ହିମେଶ । ତେବେ ଗୀତରେ ହିମେଶ ଏବଂ ଅନୁଷା ମନିଙ୍କ ଗାୟକୀ ଶୁଣିବାକୁ ମିଳିଛି ।
ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତ ପାଇଁ ହିମେଶ ପ୍ରସ୍ତୁତ ନଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ । ତେବେ ଏହି ଫିଲ୍ମରେ ହିମେଶଙ୍କ ବ୍ୟତୀତ ନରେଶ ସୁରୀ, ମନମିତ ସିଂ, ଦୀପ ମନଦିପ୍, ଅଶ୍ୱନୀ ଧାର, ସେଜଲ ଶାହା ଓ ତୃପ୍ତି କରମାକାର ଷ୍ଟାର କାଷ୍ଟ ଭାବେ ନଜର ଆସିବେ ।