Only for Entertainment

ରିଲିଜ ହେଲା ବିଗବସ ପ୍ରତିଯୋଗୀ ପ୍ରିୟଙ୍କ ଶର୍ମା ଏବଂ ହିନା ଖାନଙ୍କ ମ୍ୟୁଜିକ ଆଲବମ ରାଂଝନା ।

31

ଟିଭି ଅଭିନେତ୍ରୀ ହିନା ଖାନ ଏବଂ ପ୍ରିୟଙ୍କ ଶର୍ମାଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା । ଦୁହିଁଙ୍କ ସମ୍ପର୍କ ବିବାଦୀୟ ରିଆଲିଟି ଶୋ’ ବିଗବସ୧୧ରୁ ଆରମ୍ଭ ହୋଇଥିଲା । ଏବେ ଏହି ଯୋଡି ଏକ ରୋମାଂଟିକ ଟ୍ରାକ ରାଂଝଣାରେ ନଜର ଆସିଛନ୍ତି ।

ପ୍ରିୟଙ୍କା ଶର୍ମା ମଧ୍ୟ ଏହାର ଟିଜର ନିଜର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ଏବଂ ଏବେ ଏହି ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ହିନା ଏବଂ ପ୍ରିୟଙ୍କ ଅନେକ ଦିନ ଧରି ଏହି ରୋମାଂଟିକ ଟ୍ରାକ ଉପରେ କାମ କରୁଥିଲେ ଏବଂ ସୁଟିଂର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଥିଲେ ।

ରୋମାଟିଂକ ଟ୍ରାକ ବିଷୟରେ କହିବାକୁ ଗଲେ ‘ରାଂଝଣା’ ଗୀତରେ ଶୁଣିବାକୁ ମିଳିଛି ଅରିଜିତ ସିଂଙ୍କ ଗାୟକୀ, ଏହି ଗୀତକୁ କମ୍ପୋଜ କରିଛନ୍ତି ଅଶଦ ଖାନ । ଏ ଟୁ ଆର୍ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ହୋଇଛି ଏହି ସୁନ୍ଦର ରୋମାଂଟିକ ଗୀତ । ରୋମାଟିଂକ ଟ୍ରାକକୁ ଦର୍ଶକ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More