Only for Entertainment

ଧୋତି କୁର୍ତ୍ତାରେ ହିନା କଲେ ବର୍ଷାର ଉପଭୋଗ, ଫଟୋସୁଟରେ ନଜର ଆସିଲା ଟଶନ !

38

ଟିଭି ଅଭିନେତ୍ରୀ ହିନା ଖାନ ନିଜ ଶାନଦାର ଡ୍ରେସିଂ ସେନ୍ସ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଏବେ ନିଜ ଫଟୋସୁଟ କରାଇଛନ୍ତି ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଏହି ଫଟୋରେ ହିନା ବର୍ଷା ଋତୁକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ହିନାଙ୍କ ଲୁକ ଷ୍ଟନିଂ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି । ଫଟୋ ଶେୟାର କରି ହିନା କ୍ୟାପସନ ଲେଖିଛନ୍ତି ୟେ ମୌସମ,ଔର ୟେ ବାରିଶ ।

ଏଠାରେ ଆମେ କହି ରଖୁଛୁ ଯେ ଟିଭି ସିରିଅଲ ‘କସୌଟି ଜିନ୍ଦେଗୀ କେ୨’ଛାଡିବା ପରେ ହିନା ଏବେ ନିଜ ଅପକମିଂ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛିଦିନ ପୂର୍ବରୁ ହିନା ୟୁରୋପ ସହର ବୁଲିବା ପାଇଁ ଯାଇଥିଲେ ।

ସେଠାରେ ସେ ‘ଦ ଲାଷ୍ଟ ୱିଶ’ ପାଇଁ ସୁଟିଂ କରିଥିଲେ । ଖବର ମୁତାବକ ଫିଲ୍ମରେ ହିନା ଏକ ବିବାହିତ ମହିଳା ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ସ୍କ୍ରିନିଂ ସେ କାନ୍ସ ଫେଷ୍ଟିଭାଲରେ ରଖିଥିଲେ । ଖବର ମୁତାବକ ହିନା ତାଙ୍କର ପ୍ରଥମ ଫିଲ୍ମ ଶୀଘ୍ର ସୁଟ କରିସାରି ଦ୍ୱିତୀୟ ଫିଲ୍ମ ସୁଟରେ ବ୍ୟସ୍ତ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More