Only for Entertainment

ବିକାଶ ଗୁପ୍ତା ଚାଲୁ କହିଥିବାରୁ ଭଡ଼କି ଯାଇଥିଲେ ହିନା ଖାନ,ଏବେ ନିଜେ କରୁଛନ୍ତି ଏହି କାମ ।

amarujala
0 30

ବିଗବସ ସିଜନ ୧୧ ଶେଷ ହେବା ପରେ ୬ ମାସ ପର୍ଯ୍ୟନ୍ତ ହିନାଙ୍କୁ କୌଣସି ଅଫର ମିଳିନଥିଲା । ଅନ୍ୟ ପ୍ରତିଯୋଗୀ ଯେପରି ସିଲ୍ପା ସିନ୍ଦେ,ପ୍ରିୟଙ୍କ ଶର୍ମା ଓ ସପ୍ନା ଚୌଧରୀଙ୍କୁ ସିରିଅଲ ଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ଅଫର ମିଳିଥିଲା । ୬ ମାସ ପରେ ହିନାଙ୍କର ପ୍ରଥମ କମର୍ସିଆଲ ମ୍ୟୁଜିକ ଭିଡ଼ିଓ ଲଂଚ ହୋଇଛି ।

ଭସୁଡ଼ିରେ ହିନା ,ଭଳି ଏକ ଝିଅ ଚରିତ୍ରରେ ନଜର ଆସିଛନ୍ତି ଯିଏ ଖୁବ ଚାଲୁ ଓ ଏକା ସାଙ୍ଗରେ ୩ ଜଣ ପୁଅଙ୍କୁ ଡେଟ କରୁଛି । ପରଦାରେ ଏଭଳି କରିବାରେ ତାଙ୍କୁ କୌଣସି ଖରାପ ନଜର ଆସିଲା ନାହିଁ କିନ୍ତୁ ରିଆଲିଟି ଶୋ’ରେ ବିକାଶ ଗୁପ୍ତା ଚାଲୁ କହିଥିଲେ ବୋଲି ସେ ଭଡ଼କି ଯାଇଥିଲେ । ଏହା ସହିତ ଏକ ଝିଅକୁ ଏଭଳି ଶବ୍ଦ ବ୍ୟବହାର କରିବା ଅନୁଚିତ କହି ବିକାଶଙ୍କ ସହିତ ଖୁବ ଝଗଡ଼ା କରିଥିଲେ ।

ହିନା ଖାନ ୟେ ରିସ୍ତା କ୍ୟା କେହେଲାତା ହୈରେ ଏକ ଭଲ ବୋହୁର ଚରିତ୍ରରେ ନଜର ଆସିଥିଲେ । ଖତରୋଁ କେ ଖିଲାଡ଼ୀରେ ମଧ୍ୟ ନିଜ ଇମେଜକୁ ପୂର୍ବଭଳି ବଜାୟ ରଖିଥିଲେ,କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଗ ବସ ୧୧ରେ ସେ ବିପରୀତ କାମ କରିବାକୁ ଲାଗିଲେ । ତେବେ ମ୍ୟୁଜିକ ଭିଡ଼ିଓ ଲଂଚ ସମୟରେ ତାଙ୍କୁ ପ୍ରଶ୍ନ କରାଗଲାଯେ ସେ ଏଭଳି ଭିଡ଼ିଓ କରି ଲୋକଙ୍କୁ ଉତ୍ସାହିତ କରୁନାହାଁନ୍ତିତ?ହିନା ଦୁଇଟି ବାକ୍ୟରେ ଶେଷ କଲେଯେ ମୁଁ ଅଭିନେତ୍ରୀ ଏହା ମୋର କାମ । ହିନା ଖୁବଶୀଘ୍ର ସର୍ଟ ଫିଲ୍ମ ‘ସ୍ମାର୍ଟଫୋନ’ରେ ନଜର ଆସିବେ । ଏହା ସହିତ ଏକତା କପୁର ତାଙ୍କୁ କସୌଟି ଜିନ୍ଦେଗୀ କାରେ କମୋଲିକା ଚରିତ୍ର ପାଇଁ ଅଫର ଦେଇଛନ୍ତି କିନ୍ତୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ବିଚାର ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More