Only for Entertainment

ଇଭେଣ୍ଟରେ ପିନ୍ଧିବାକୁ ଦିଆଯାଇଥିବା ୧୨ଲକ୍ଷ ଟଙ୍କାର ଗହଣା ନ ଫେରାଇ ବିବାଦରେ ହିନା ଖାନ୍‌ !

youtube
0 45

ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ତଥା ଟେଲି ଅଭିନେତ୍ରୀ ହିନା ଖାନ୍‌ ଏଇ କିଛି ଦିନ ହେବା କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିକିନି ଫଟୋ ହେଉ ବା ତାଙ୍କର ନୂଆ ମିଉଜିକାଲ ଭିଡ଼ିଓ, ନିଜର ସାଧାରଣ ଭୁଲ ପାଇଁ ସେ ସବୁ ବେଳେ ଟ୍ରୋଲ ହୋଇ ଆସିଛନ୍ତି । ଏବେ ପୁଣି ୧୨ଲକ୍ଷ ଟଙ୍କାର ଗହଣା ନେଇ ନ ଫେରାଇବାର ଆରୋପ ତାଙ୍କ ଉପରେ ଲାଗିବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଏକ ଇଭେଣ୍ଟରେ ସେ ପିନ୍ଧିଥିବା ୧୨ଲକ୍ଷଟଙ୍କାର ଗହଣା ଘରକୁଆଣି ତାକୁ ଫେରାଇ ନଥିଲେ । ଏଭଳି ସଙ୍ଗୀନ୍‌ ଆରୋପ ତାଙ୍କ ଉପରେ ଲାଗିବା ପରେ ମୁହଁ ଖୋଲିଛନ୍ତି ହିନା । ନିଜ ଉପରେ ଲାଗିଥିବା ଅରୋପକୁ ମିଛ ବୋଲି କହିବା ସହ ଯେତେ ଚେଷ୍ଟା କଲେ ବି ମୋତେ ହରାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ହିନାଙ୍କ ଗହଣା ନ ଫେରାଇବା ଘଟଣାକୁ ଏକ ନିଉଜ୍‌ ଚ୍ୟାନେଲ ପ୍ରସାରିତ କରିଥିବା ବେଳେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ହିନା ।

ତାଙ୍କ କହିବା ଅନୁଯାୟୀ, ଏକ ନିଉଜ୍‌ ଚ୍ୟାନେଲରେ ମୁଁ ଗହଣା ନ ଫେରାଇଥିବାରୁ ମୋତେ ଲିଗାଲ ନୋଟିସ ଆସିଛି ବୋଲି କୁହାଯାଇଥିଲା । କିନ୍ତୁ ପଠା ଯାଇଥିବା ନୋଟିସଟି ମୋ ଘରକୁ ନ ଆସି ସବୁ ମିଡ଼ିଆ ହାଉସ୍‌କୁ କିପରି ଚାଲିଗଲା ମୁଁ ଭାବୁଛି । ମୋତେ ବଦ୍‌ନାମ କରିବା ପାଇଁ ଆପଣଙ୍କର ଏ ପ୍ରୟାସ ଫେଲ୍‌ ମାରିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More