Only for Entertainment

୧୭ବର୍ଷ ପରେ କସୌଟି ଜିନ୍ଦେଗୀ କି’ ସିରିଅଲର ନେଗେଟିଭ ଭୂମିକାରେ ନଜର ଆସିବେ ବିଗବସର ପୂର୍ବ ପ୍ରତିଯୋଗୀ ।

India Today
0 41

୧୭ବର୍ଷ ପୂର୍ବ ଲଭଷ୍ଟୋରୀ ଏବେ ପୁଣି ଥରେ ଦର୍ଶକଙ୍କ ହୃଦୟରେ ଯାଦୁ କରିବା ପାଇଁ ଆସୁଛି । ଏହି ସିରିଅଲ ଆଉ କିଛି ନୁହେଁ ଏହା କସୌଟି ଜିନ୍ଦେଗୀକି ପାର୍ଟ୨ ଅଟେ । କିଛି ଦିନ ପୂର୍ବେ ଏହି ସିରିଅଲ ପ୍ରମୋସୁଟର କିଛି ଫଟୋ ସାମ୍ନାକୁ ଆସିଥିଲା ଯାହା ଦେଖି ଫ୍ୟାନ୍ସଙ୍କ ଉତ୍ସୁକତା ବୃଦ୍ଧି ହେବାରେ ଲାଗିଛି । ସେହିଭଳି ଏବେ ଏକ ଖବର ସାମ୍ନାକୁ ଆସିଛି ଯେ ବିଗବସର ପୂର୍ବ ପ୍ରତିଭାଗୀ ପ୍ରସିଦ୍ଧ ସିରିଅଲର ଦ୍ୱିତୀୟ ଭାଗରେ କମୋଲିକା ଭୂମିକାରେ ନଜର ଆସିବେ ।

କସୌଟି ଜିନ୍ଦେଗୀରେ ଯେଉଁଠି ଅନୁରାଗ ଏବଂ ପ୍ରେରଣାଙ୍କ ପ୍ରେମର ଚର୍ଚ୍ଚା ଚାଲିଥିଲା ସେହିଭଳି କମୋଲିକାଙ୍କ ଷ୍ଟାଇଲ ସହ ତାଙ୍କର ଭୟାନକ ଚାଲ ମଧ୍ୟ ଦର୍ଶକଙ୍କ ମନ ଜିତିଥିଲା ।

ସୂତ୍ରରୁ ପ୍ରକାଶ ଯେ ଏକତା କପୁର ବିଗବସରେ ନଜର ଆସିଥିବା ହିନା ଖାନଙ୍କ ଏହି ସିରିଅଲ ପାଇଁ ସମ୍ପର୍କ କରିଛନ୍ତି । ହିନା ଖାନ କମୋଲିକାର ଭୂମିକା ତୁଲାଇବେ କି ନାହିଁ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାତ୍ର ଏହା ସ୍ପଷ୍ଟ ଯେ ବିଗବସରେ ହିନାଙ୍କ ବ୍ୟବହାର ଦେଖି ଏକତା ନିଶ୍ଚୟ ଏଭଳି ପଦକ୍ଷେପ ନେଇଥିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More