Only for Entertainment

ବୋଲ୍ଡ ଲୁକ ନୁହେଁ ପୂରା ସାଧାସିଧା, ସାମ୍ନାକୁ ଆସିଲା ହିନା ଖାନଙ୍କ ପ୍ରଥମ ଫିଲ୍ମର ଲୁକ ।

bollywood tadka
20

ମେଗା ଧାରାବାହିକ ୟେ ରିସ୍ତା କ୍ୟା କେହଲାତାହୈ’ ରେ ସଂସ୍କାରୀ ବୋହୁ ଚରିତ୍ରରେ ନଜର ଆସିଥିଲେ ଅଭିନେତ୍ରୀ ହିନା ଖାନ । ଏହାପରେ ସେ ଶୋ ଛାଡ଼ି ଦେଇଥିଲେ ଏବଂ ଟିଭି ରିଆଲିଟି ଶୋ ଖତରୋଁ କେ ଖିଲାଡ଼ୀ ଏବଂ ବିଗବସରେ ନଜର ଆସିଥିଲେ । ବିଗବସରେ ଦେଖିବାକୁ ମିଳିଥିଲା ହିନାଙ୍କ ବାସ୍ତବ ରୂପ । ଯାହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଂଟ କରିବାକୁ ଲାଗିଲେ ଦର୍ଶକ । ଫ୍ୟାନ୍ସଙ୍କ ସାମ୍ନାରେ ତିଆରି ଗଢିଥିବା ପଜିଟିଭ ଇଭେଜ ନେଗେଟିଭ ହୋଇଗଲା । ଏହାପରେ ପରେ ତାଙ୍କୁ ପଜିଟିଭ ନୁହେଁ ବରଂ ନେଗେଟିଭ ରୋଲ ଅଫର କରାଗଲା । ଏହାପରେ ହିନାଙ୍କ ଏକ ମ୍ୟୁଜିକ ଆଲବମ ମଧ୍ୟ ରିଲିଜ ହୋଇଥିଲା ।

ହିନା ବର୍ତ୍ତମାନ ବଲିଉଡରେ କ୍ୟାରିଅର କରିବାକୁ ଯାଉଛନ୍ତି । ନିକଟରେ ହିନା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟାରୀରେ ଫିଲ୍ମ ‘ନାଜିୟା’ର ପ୍ରଥମ ଲୁକ ଶେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ମିଟ ନାଜିୟା । ତେବେ ଫଟୋରେ ସବୁବେଳେ ଗ୍ଲାମରସ ଲୁକରେ ନଜର ଆସୁଥିବା ହିନା ଏହିଥର ସାଧାସିଧା ଲୁକରେ ନଜର ଆସିଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ହିନା ଏବେ କସୌଟି ଜିନ୍ଦେଗୀ କେ’ ଧାରାବାହିକରେ କୋମୋଲିକା ଭାବରେ ନେଗେଟିଭ ଚରିତ୍ରରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More