Only for Entertainment

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବିଷୟରେ ଟେଲିକାଷ୍ଟ କରିବାରୁ ମିଡିଆ ଉପରେ ବର୍ଷିଲେ ହିନା ଖାନ, କହିଲେ ଏହି କଥା

DNA
64

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ପାକିସ୍ତାନୀ ଆର୍ମିଙ୍କ କବଜାରେ ଅଛନ୍ତି । ଏପରି ସ୍ଥିତିରେ ପ୍ରତ୍ୟେକ ଦେଶବାସୀ ତାଙ୍କୁ ଫେରାଇ ଆଣିବାକୁ ସରକାରଙ୍କୁ ଅପିଲ କରୁଛନ୍ତି । କେବଳ ସାଧାରଣ ଲୋକେ ନୁହଁନ୍ତି ବଲିଉଡ କଳାକାର, ଟିଭି କଳାକାର ମଧ୍ୟ ଏହି ଦାବି କରି ଆଗକୁ ଆସିଛନ୍ତି । ଅଭିନନ୍ଦନଙ୍କୁ ପାକିସ୍ତାମ ସେନା ଧରିବା ପରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ପାକିସ୍ତାନ ସେନା ତାଙ୍କ ବିଷୟରେ ଜାଣିବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ଅଭିନନ୍ଦନ କିଛି କହିବା ପାଇଁ ସଫା ସଫା ମନା କରିଦେଉଛନ୍ତି ।

abhi.

ଦେଶ ଏବଂ ପରିବାରର ସୁରକ୍ଷା ପାଇଁ କମାଣ୍ଡର ଏପରି କରିଥିବା ବେଳେ ଭାରତୀୟ ମିଡିଆ ତାଙ୍କ ଘର, ପରିବାର ବିଷୟରେ ଡିଟେଲ୍ସ ବାହାର କରିବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ ଏହାକୁ ଟେଲିକାଷ୍ଟ ମଧ୍ୟ କରୁଛନ୍ତି । ଏହାକୁ ନେଇ ଅଭିନେତ୍ରୀ ହିନା ଖାନ ମିଡିଆ ଉପରେ ବର୍ଷିଛନ୍ତି ।

hina khan post

ହିନା ସୋସିଆଲ ମିଡିଆରେ ପେ୍ଧ୍ମୃ ସେୟାର କରି ଲେଖିଛନ୍ତି, ‘କେହି ଏ ମିଡିଆ ହାଉସଙ୍କୁ ଏହା କରିବା ପାଇଁ ବନ୍ଦ କରିବେ । କେହି କହିବେ ଆମ ହିରୋ ଅଭିନନ୍ଦନ ବିଷୟରେ ବ୍ୟକ୍ତିଗତ ସୂଚନା ଲିକ ନକରିବା ପାଇଁ । କୃପା କରି ଆପଣ ନିଜ ଦାୟିତ୍ୱକୁ ବୁଝନ୍ତୁ ।’ ଏହା ସହିତ ସେ ଲେଖିଥିଲେ, ‘ଅଭିନନ୍ଦନ ନଫେରିବା ପର୍ଯ୍ୟନ୍ତ ଆମେ ଏପରି କରିବା ଉଚିତ ନୁହେଁ । ଅଭିନନ୍ଦନ ତୁମେ ଆମର ହିରୋ ।’ ଏହା ସହିତ ହିନା ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ଦାବି କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More