Only for Entertainment

ପରଦାକୁ ଆସୁଛି ହିନା ଖାନ ଙ୍କ ନୂଆ ମ୍ୟୁଜିକ ଭିଡ଼ିଓ ଭସୁଡ଼ି !

0 32

ହୀନା ଖାନ୍‌ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ହିନ୍ଦି ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଜରିଆରେ ଭାରତର ପ୍ରତି ଘରେ ହୀନା ପହଞ୍ଚିଥିଲେ ଓ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ସେ ବିବାଦୀୟ ଟେଲିଭିଜନ୍‌ ଶୋ’‘ବିଗ୍‌ ବସ୍‌ ସିଜିନ୍‌-୧୧’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇ ଚର୍ଚ୍ଚିତ ହୋଇଥିଲେ। ନିଜର ଅଦା ଓ ଖେଳର ଅନ୍ଦାଜରେ ସେ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଥିଲେ ଓ ରନର୍‌ଅପ୍‌ ହୋଇଥିଲେ।

ନିଜ ସିରିଏଲରେ ଜଣେ ସଂସ୍କାରୀ ବୋହୂ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅକ୍ଷରାଙ୍କର ଏବେ ଏକ ନୂଆ ମ୍ୟୁଜିକ ଭିଡିଓ ‘ଭସୁଡ଼ି’ ଲଞ୍ଚ୍‌ ହେବାକୁ ଯାଉଛି। ଏହି ଭିଡିଓ ସଙ୍ଗ୍‌ଟି ଆସନ୍ତା କାଲି ମଙ୍ଗଳବାର ସନ୍ଧ୍ୟା ୬ଟାରେ ରିଲିଜ୍ ହେବ। ହେଲେ ଏହା ପୂର୍ବରୁ ଏହାର ଟିଜର୍ ରିଲିଜ୍ ହୋଇଛି। ଏହି ଟିଜର୍‌ଟିକୁ ଦେଖି ଲୋକମାନଙ୍କ ଭିତରେ ଏହି ଗୀତକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି। ଗୀତଟିରେ ହୀନା ଟିଭିର ସଂସ୍କାରୀ ବୋହୂରୁ ପୂରା ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ବାସ୍ ଦେଖିବାକୁ ବାକି ରହିଲା ଯେ ରିଲିଜ୍ ପରେ ହୀନାଙ୍କ ଯାଦୁ ଫ୍ୟାନମାନଙ୍କ ଉପରେ କାମ କରୁଛି କି ନାହିଁ।

ଗୀତଟିକୁ ପଞ୍ଜାବୀ ଗାୟକ ଠୁକ୍‌ରାଲ୍‌ ଗାଇଥିବା ବେଳେ ପରଧାନ୍‌ ରାପ୍ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More