Only for Entertainment

ଦୁଇ ବର୍ଷ ପୂର୍ବେ ଛାଡ଼ିଥିବା ଶୋ’କୁ ପୁଣିଥରେ ଫେରିବେ ହୀନା ଖାନ ।

India.com
0 57

ଟେଲିଭିଜନ୍‌ ଦର୍ଶକଙ୍କ ପାଇଁ ଖୁସି ଖବର। ଟେଲିଦୁନିଆରେ ସମସ୍ତଙ୍କ ପ୍ରିୟ ବୋହୂ ଅକ୍ସରା ତଥା ହୀନା ଖାନ୍‌ ପୁଣି ପପୁଲାର୍ ଧାରାବାହିକ ”ୟେ ରିସ୍ତା କ୍ୟା କହଲାତା ହୈ”କୁ ଫେରିବେ।

ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଏହି ଶୋ’ରୁ ହୀନା ନିଜ କ୍ୟାରିଅର ଆରମ୍ଭ କରିଥିଲେ। ୮ ବର୍ଷ ଧରି ସେ ଏହି ଶୋ’ରେ ଅଭିନୟ କରିଥିଲେ। ଦୁଇ ବର୍ଷ ପୂର୍ବେ ସେ ଏହି ଶୋ’ ଛାଡ଼ି ଦେଇଥିଲେ। ତେବେ ଶୁଣିବାକୁ ମିଳୁଛି ସେ ଏହି ଶୋ’କୁ ପୁଣି ଫେରିବେ।

ଏକ ରିପୋର୍ଟ ମୁତାବକ, ‘ୟେ ରିସ୍ତା କ୍ୟା କହଲାତା ହୈ’ର ଏକ ସ୍ପେଶାଲ୍‌ ଏପିସୋଡ୍‌ରେ ସେ ଅଭିନୟ କରିବେ। ଏଥିରେ ସେ ଅତିଥି କଳାକାର ଭାବେ ଅଭିନୟ କରିବେ।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ସରା (ହୀନା ଖାନ୍‌) ନିଜ ଝିଅ ନାୟରା (ଶିବାଙ୍ଗୀ ଜୋଶୀ)ଙ୍କ ସ୍ୱପ୍ନରେ ଆସିବେ। ସେତେବେଳେ ସେ ନାୟରାଙ୍କୁ ସ୍ୱାମୀଙ୍କଠାରୁ ଅଲଗା ନହେବାକୁ ବୁଝାଇବେ।

ସୂଚନାଯୋଗ୍ୟ, ଏବେ ଏହି ଧାରାବାହିକରେ ନାୟରା ଓ ତାଙ୍କ ସ୍ୱାମୀ କାର୍ତ୍ତୀକ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଛନ୍ତି। ଆଉ ଏହାକୁ ନେଇ ଧାରାବାହିକଟି ଗତିଶୀଳ ହେଉଛି।

‘କସୌଟି ଜିନ୍ଦେଗୀ କୀ -୨’ ରେ ହୀନା ଖାନ୍‌ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ସେ ଏଥିରେ କୋମୋଲିକା ଚରିତ୍ରରେ ଅଭିନୟ କରିପାରନ୍ତି। ହେଲେ ବର୍ତ୍ତମାନ୍‌ ସୁଦ୍ଧା ଏନେଇ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More