Only for Entertainment

ଯେତେବେଳେ ଅଷ୍ଟ୍ରେଲିଆ କ୍ରିକେଟର ଭାରତୀୟ ମହିଳାଙ୍କୁ ହିନ୍ଦୀ ଗୀତ ଗାଇ କରିଥିଲେ ପ୍ରପୋଜ !

amarujala
0 50

୨୦୦୬ର ଘଟଣା, ଅର୍ଥାତ ୧୨ବର୍ଷ ପୂରୁଣା ବିଷୟ । ଏହି ଦିନରେ ଭାରତରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରାଯାଇଥିଲା । ୭ଟି ଦେଶ ମଧ୍ୟରେ ହୋଇଥିବା କ୍ରିକେଟ ମୁକାବିଲାରେ କଙ୍ଗାରୁ ବାଜି ମାରି ନେଇଥିଲେ । ଭାରତ ହାରିବାକୁ ନେଇ ସାରା ଦେଶ ଦୁଃଖି ଥିଲା ବେଳେ ଅଷ୍ଟ୍ରେଲିଆ ଟିମ ମଧ୍ୟ ଦୁଃଖି ଥିଲେ ।

ନଭେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟର୍ସ ଟ୍ରଫି ନେଇ ନିଜ ଦେଶକୁ ଚାଲି ଯାଇଥିଲେ । କିନ୍ତୁ ଦୁଇ ମାସ ପରେ ଜାନୁଆରୀ ୨୦୦୭ରେ କ୍ରିକେଟର ବ୍ରେଟ ଲି’ଙ୍କ ଏକ ଭିଡିଓ ଆସିଥିଲା ଯାହା ଭାରତୀୟଙ୍କୁ ଖୁସି କରି ଦେଇଥିଲା । ସେ ହିନ୍ଦୀରେ ଏକ ଗୀତ ଗାଇଥିଲେ ଆଶା ଭୋଂସଲେଙ୍କ ସହ ।

ବ୍ରେଟ ଲି ଏବଂ ଆଶା ଭୋଂସଲେଙ୍କ ଡୁଏଟ ସଙ୍ଗ ‘ୟୁ ଆର ଦ ୱାନ ଫର ମି’ଡିଡି ମେଟ୍ରୋ ଜରିଆରେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଥିଲେ । ଖାସ କଥା ହେଉଛି ଏହି ଗୀତର ବୋଲ ନିଜେ ବ୍ରେଟ ଲି ଲେଖିଥିଲେ । ଗୀତର ଭିଡିଓରେ ବ୍ରେଟ ଲି ଏକ କକ୍ଷରେ ବସିଥିବା ନଜର ଆସିଥିଲେ ଏବଂ ତାଙ୍କୁ ହିନ୍ଦୀ ଟିଚରଙ୍କ ପ୍ରତି ଭଲ ପାଇବା ଆସି ଯାଇଥିଲା ।

ସେହି ଟିଚରଙ୍କୁ ପ୍ରଭାବିତ କରିବା ଲାଗି ବ୍ରେଟ ଲି ନାଁ କେବଳ ହିନ୍ଦୀ ଶିଖିଥିଲେ ବରଂ ହିନ୍ଦୀରେ ରୋମାଂଟିକ ଗୀତ ମଧ୍ୟ ଗୁଣୁଗୁଣାଉ ଥିଲେ । ସେହିଭଳି ତ ସେ କେବଳ ଏକ କାଳ୍ପନିକ ସ୍କ୍ରିପ୍ଟ ପାଇଁ କରିଥିଲେ ମାତ୍ର ତାଙ୍କର ଏଭଳି ଅଭିନୟ ହିନ୍ଦୀ ପ୍ରତି ଥିବା ଲୋକପ୍ରିୟତାକୁ ସୂଚାଉ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More