Only for Entertainment

କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡିଜ ।

Firstpost
0 53

ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବ ମିସ ଶ୍ରୀଲଙ୍କା ଜ୍ୟାକଲିନ ଫର୍ଣ୍ଣାଡିଜ ‘ସୋନୁ କେ ଟିଟୁ କି ସ୍ୱିଟି’ ଫେମ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ । ଖବର ଅନୁସାରେ ଜ୍ୟାକଲିନ କନ୍ନଡର ହିଟ ଫିଲ୍ମ ‘କିରିକ ପାର୍ଟି’ର ହିନ୍ଦୀ ରିମେକରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ନଜର ଆସିବେ ।


ଏହି ଫିଲ୍ମକୁ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିଷେକ ଜୈନ ନିର୍ଦ୍ଦେଶନା ଦେବେ । କନ୍ନଡ ଫିଲ୍ମ ‘କିରିକ ପାର୍ଟି’ରେ ନିଖିଲ ସିଦ୍ଧାର୍ଥ ଏବଂ ସିମରନ ପନୀଜା ଲିଜ ରୋଲରେ ନଜର ଆସିଥିଲେ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।
ତରଣ ଟ୍ୱିଟ କରି ଲେଖିଥିଲେ, ଜ୍ୟାକଲିନ ଫର୍ଣ୍ଣାଡିଜ କନ୍ନଡ ଫିଲ୍ମ ‘କିରିକ ପାର୍ଟି’ର ହିନ୍ଦୀ ରିମେକରେ ନଜର ଆସିବେ । ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଲିଜ ରୋଲରେ । ଏହାକୁ ନିର୍ମାଣ କରିବେ ଅଜୟ କପୁର, ଧୀରଜ ବାଧବାନ ଏବଂ ବୃତିକା ଲେକର ।

ୱାର୍କ ଫିଟ ବିଷୟରେ କହିବାକୁ ଗଲେ ଜ୍ୟାକଲିନ ନିକଟରେ ଫିଲ୍ମ ‘ରେସ ୩’ରେ ନଜର ଆସିଥିଲେ ।ସେହିପରି କାର୍ତ୍ତିକ ଏବେ ନିଜର ଆଗାମୀ ଫିଲ୍ମ ‘ଲୁକା ଛୁପି’ର ସୁଟିଂରେ ବ୍ୟସ୍ତ ଅଚନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ କୃତି ସେନନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More