Only for Entertainment

ବାହୁବଲୀ ଠାରୁ ଦାମୀ ଫିଲ୍ମ ମମଙ୍ଗମର ଟିଜର ରିଲିଜ , ଦେଖନ୍ତୁ !

82

ସାଉଥର ମୋଷ୍ଟ ଆୱେଟେଡ ଫିଲ୍ମ ମମଙ୍ଗମର ଟିଜର ରିଲିଜ ହୋଇସାରିଛି । ଏହି ଟିଜରର ହିନ୍ଦୀ ରିମେକ ଏବେ ଜାରୀ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ କେରଳର ପର୍ବ ବିଷୟରେ ଦେଖିବାକୁ ମିଳିବ । ଏହାର ବଜେଟ ସାଉଥର ମେଗା ହିଟ ଫିଲ୍ମ ବାହୁବଲୀ ଠାରୁ ମଧ୍ୟ ଅଧିକ ଅଟେ । ସେଥିରୁ ଆପଣ ଅନୁମାନ ଲଗାଇ ପାରୁଥିବେ ଫିଲ୍ମ କେତେ ଭବ୍ୟ ହୋଇଥିବ ।

ଅସଲରେ କିଛି ସମୟ ପୂର୍ବେ ଫିଲ୍ମ କ୍ରିଟତକ ତରଣ ଆଦର୍ଶ ଏହି ଫିଲ୍ମର ଟିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ମମୁଟି ଫିଲ୍ମ ମମଙ୍ଗମର ହିନ୍ଦୀ ଟିଜର ପୁରୁଣା ଯୁଗର ଏକ ଉତ୍ସବ ମମଙ୍ଗମ ମହାମହେମ ବିଷୟରେ ଦେଖିବାକୁ ମିଳିବ । ଫିଲ୍ମ ମମଙ୍ଗମର ଟିଜରରେ ଜବରଦସ୍ତ ଆକ୍ସନ ଏବଂ ଫାଇଟ ଦେଖିବାକୁ ମିଳିବ । ମମଙ୍ଗମର ଅଫିସିଆଲ ଟିଜରରେ ଖୁବ ଜବରଦସ୍ତ ବିଏଫଏକ୍ସ ଏବଂ ଭିଜୁଆଲ ବ୍ୟବହାର କରାଯାଇଛି ।

ଫିଲ୍ମ ଷ୍ଟାର କାଷ୍ଟଙ୍କ ବିଷୟରେ କହିବାକୁ ଗଲେ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ସାଉଥ ସୁପରଷ୍ଟାର ମମୁଟୀ ନଜର ଆସିବେ । ସେହିଭଳି ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏମ ପଡନାକୁମାର । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମର ନିର୍ମାତା ୧୦୦୦କୋଟି ଖର୍ଚ୍ଚ କରିଛନ୍ତି ଏହି ଫିଲ୍ମରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More