Only for Entertainment

ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଭିଡିଓ ଉଠାଇ ଅଡୁଆରେ ଅଭିନେତ୍ରୀ, ଭିଡିଓ ଭାଇରାଲ ପରେ ଏବେ ମାଗିଲେ କ୍ଷମା ଏଲିନା !

101

ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଭିଡିଓ ଉଠାଇ ଅଡୁଆରେ ଅଭିନେତ୍ରୀ । ଡ୍ୟାମର ନିଷିଦ୍ଧାଂଚଳରେ କୌଣସି ପ୍ରକାର ଫଟୋ ନ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ମୁଖ୍ୟ ବନ୍ଧ ଉପରେ ନିଜର ଭିଡିଓ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଚର୍ଚ୍ଚାର ବିଷୟ ହୋଇଛି । ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ଅନ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି ।

ବନ୍ଧ ସୁରକ୍ଷା କର୍ତୃପକ୍ଷ ଘଟଣାକୁ ଗୁରୁତର ସହ ନେଇଛନ୍ତି । ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ତଲବ କରିଛନ୍ତି ସମ୍ବଲପୁର ଏସପି । ଖବର ଅନୁସାରେ, ଓଲିଉଡର ୩ଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ ଉପର ଦେଇ ହୀରାକୁଦ ପଟୁ ବୁର୍ଲା ଆଡକୁ ଆସିଥିଲେ । ଡ୍ୟାମ ଉପରେ ଗାଡି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ । ପରେ ଅଭିନେତ୍ରୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଛାଡିଥିଲେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡିଓ ଭାଇରାଲ ହେବା ପରେ ଅଭିନେତ୍ରୀ ଏଲିନା ନିଜ ତରଫରୁ ସମସ୍ତ ଦୋଷକୁ ଖଣ୍ଡନ କରିଛନ୍ତି ଏବଂ କ୍ଷମା ମାଗିଛନ୍ତି । କହିଛନ୍ତି ଯେ ଜଣେ ସେଲିବ୍ରିଟି ହିସାବରେ ମୁଁ ସଚେତନତା ଅବଲମ୍ବନ କରିବା ଉଚିତ ଯେ କାହା ଭିଡିଓରେ ମୁଁ ଆସୁଛି କି ନାହିଁ ଜଗିବା ଉଚିତ । ସେ କହିଛନ୍ତି ଯେ ସେ କୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି । ତାଙ୍କର ଭିଡିଓ ଆଉ କେହି କ୍ୟାପଚର କରିଛନ୍ତି ଏବଂ ଏହି ଭୂଲ ପାଇଁ ସେ ମିଡିଆ ସମ୍ମୁଖରେ କ୍ଷମା ପ୍ରାର୍ଥନା କରି ନିଜ ମୁଣ୍ଡ ଉପରୁ ସମସ୍ତ ଦୋଷକୁ ଏଡାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More