Only for Entertainment

କିପରି ପ୍ରସ୍ତୁତ ହୋଇଥିଲା ବିଶ୍ୱର ପ୍ରଥମ ସେଲ୍ୟୁଲାର ଫୋନ ? ଜାଣନ୍ତୁ ଏହି ରିପୋର୍ଟରେ ।

The Daily Beast
0 47

କେବଳ ଯେ ମହିଳାମାନେ ଧାରାବାହିକ କିମ୍ବା ଟେଲିଭିଜନ ଅଧି ସମୟ ଦେଖିଥାନ୍ତି ତାହା ନୁହେଁ । ସଂଖ୍ୟାଧିକ ପୁରୁଷ ମଧ୍ୟ ନିଜ ପ୍ରିୟ ଧାରାବାହିକର ଗୋଟିଏ ଏପିସୋଡକୁ ଦେଖିବାକୁ ଆଦୌ ଭୁଲନ୍ତି ନାହିଁ । ଏହି ଭଳି ଜଣେ ବ୍ୟକ୍ତି ଥିଲେ ଆମେରିକାର ଚିକାଗୋନିବାସୀ ମାର୍ଟିନ କୁପର । ବୃତ୍ତିରେ ଇଲେକ୍ଟ୍ରିକାଲ ଇଂଜିନିୟର ଥିବା ମାର୍ଟିନ ୭୦ ଦଶକର ସବୁଠାରୁ ଲୋକପ୍ରିୟ ହିଟ ଧାରାବାହିକ ‘ଷ୍ଟାର ଟ୍ରାକ’ର ଜଣେ ନିୟମିତ ଦର୍ଶକ ଥିଲେ । ଏପରିକି ଗୋଟିଏ ଏପିସୋଡକୁ ନଦେଖି ସେ ବ୍ୟତିବ୍ୟସ୍ତ ହୋଇଯାଉଥିଲେ ।

martin-cooper-

ଦିନକର ଘଟଣା । ଧାରାବାହିକ ଦେଖୁଥିବା ବେଳେ ସେ ଦେଖିଲେ ଯେ ଗୋଟିଏ ଚରିତ୍ର ହାତରେ ଓୟାର ଲେସ ଯନ୍ତ୍ର ଧରିଛି, ଯାହା ସାହାଯ୍ୟରେ ସେ କଥାବାର୍ତ୍ତା କରିପାରୁଛି । ଏହା କାଳ୍ପନିକ ଦୃଶ୍ୟକୁ ସେ ବାସ୍ତବ ରୂପ ଦେବେ ବୋଲି ସ୍ଥିର କରିଥିଲେ । କେବଳ ଯେ ଲ୍ୟାଣ୍ଡ ଲାଇନ ଫୋନ ନୁହେଁ, ବିଶ୍ୱବାସୀ ଏବେ ଓୟାରଲେସ ଫୋନ ସହାୟତାରେ ମଧ୍ୟ ବାର୍ତ୍ତାଳାପ କରିପାରିବେ ବୋଲି ତାଙ୍କର ଯୋଜନା ରହିଥିଲା ।

ପ୍ରାୟ ୧୦ ବର୍ଷର କଠିନ ପରିଶ୍ରମ ପରେ ହିଁ ନିଜ କାମରେ ସଫଳ ହେଲେ ମାର୍ଟିନ । ୧୯୭୩ ଏପ୍ରିଲ ୩ରେ ନିର୍ମିତ ହେଲା ବଶ୍ୱର ପ୍ରଥମ ସେଲ୍ୟୁଲାର ଫୋନ । ପରେ ତାହା ଫିଚର ଫୋନ ଏବେ ସ୍ମାର୍ଟଫୋନର ରୂପ ନେଇଛି । ମାର୍ଟିନଙ୍କ ପତ୍ନୀ ମଧ୍ୟ ଜଣେ ଇଂଜିନିୟର ଥିଲେ । ଦୁହେଁ ଏକତ୍ର ମୋଟରୋଲା କମ୍ପାନୀରେ କାମ କରୁଥିଲେ । କାର୍ଯ୍ୟାଳୟରେ ସମସ୍ତ ସହଯୋଗୀ ମାର୍ଟିନଙ୍କ ପତ୍ନୀଙ୍କୁ ସସମ୍ମାନେ ‘ଫାଷ୍ଟ ଲେଡି ଅଫ ଓୟାରଲେସ’ ନାମରେ ସମ୍ବୋଧନ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More